ବଡମାଲ ଠାରେ ବୁଢ଼ାରଜା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ଗ୍ରାମ ପଞ୍ଚାୟତ ବଡ଼ମାଳ ଖେଳ ପଡିଆ ଠାରେ ୨୦ତମ ବର୍ଷ ବୁଢ଼ାରଜା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବଡ଼ମାଳ ଯୁବକ ସଂଘ ଆନୁକୁଲ୍ୟରେ ରବିବାର ଉଦଘାଟିତ ହୋଇ ଯାଇଛି । ଉଦ୍ଘାଟନୀ ଦିବସରେ ପ୍ରଥମ ଖେଳ କରେଳଧୁଆ ଏବଂ ଭାଟିପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କରେଳଧୂଆ ୧-୦ ଗୋଲ ସ୍କୋର କରି ବିଜୟୀ ହୋଇଛି । ଉଦ୍ଘଟାନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସଇଁତଳା ବ୍ଲକ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧା, ସମ୍ମାନୀତ ଅତିଥି ଭାବରେ ଗ୍ରାମର ଭଦ୍ର ବ୍ୟକ୍ତି ସୁଦେବ ଭୋଇ, ନନ୍ଦ ଭୋଇ, ନାରଦ ଭୋଇ, ଗୌତମ ବଗର୍ତ୍ତୀ, ଖେଡୁ ଭୋଇ, ବେଳଧର ବଗର୍ତ୍ତୀ, କନ୍ଧ ଭୋଇ, ଶିବ ବଗର୍ତ୍ତୀ, ବଂଶୀଧର ଭୋଇ, ଗୋଳାବାରୁଦ କାରଖାନା ବଡ଼ମାଳ କର୍ମଚାରୀ ମନୋଜ ଶର୍ମା, ତଥା ସଇଁତଳା କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ସଭାପତି ନାରାୟଣ ସାହୁ ପ୍ରମୁଖ ମଞ୍ଚାସିନ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ମନୋରଞ୍ଜନ ମାଝୀ ଭୋଇ ଖେଳ ପରିଚାଳନା କରିଥିବା ବେଳେ ଜୟକୃଷ୍ଣ ଭୋଇ, ଜନ ଭୋଇ,ଧବଳେଶ୍ଵର ଭୋଇ ଲାଇନ ମେନ୍ ଭାବେ ସହାଯୋଗ କରିଥିଲେ। ସୁଶାନ୍ତ ଭୋଇ ଖେଳରେ ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ୧୧.୦୧.୨୦୨୬ ରୁ ଆରମ୍ଭ ହୋଇ ୧୮.୦୧.୨୦୨୬ ପର୍ଯ୍ୟନ୍ତ ୦୮ ଦିନ ଧରି ଅନୁଷ୍ଠିତ ହେବ ।ଏଥିରେ ୦୮ ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ମୋହନ ଜିତ୍ ଭୋଇ,ନାରାୟଣ ମାଝୀ, ଅର୍ଜୁନ ବଗର୍ତ୍ତୀ, ଚୁଡ଼ାମଣି ଭୋଇ, ମଧୁସୂଦନ ଭୋଇ,ଦିନେଶ ଭୋଇ, ଦାମୋଦର ମାଝୀ, ତ୍ରିନାଥ ପୋଢ଼ ତଥା ବଡ଼ମାଳ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.