ରୁପ୍ରାରୋଡରେ ଆରମ୍ଭ ହେଲା କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଉଦ୍ଘାଟନ କଲେ ଯୁବ ଉଦ୍ୟୋଗପତି ସୁମିତ ଅଗ୍ରୱାଲା ଓ ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡର କଳାପାହାଡ଼ କ୍ରିକେଟ ଆସୋସିଏସନର ଆୟୋଜନ କ୍ରମେ ଗତ ୪ ବର୍ଷ ହୋଇଗଲା ଅନୁଷ୍ଠିତ ହୋଇ ଆସୁଛି କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ସେହି କ୍ରମରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ରବିବାର ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଏହାର ଉଦ୍ଘାଟନ ହୋଇଯାଇଅଛି। ଯୁବ ଉଦ୍ୟୋଗପତି ସୁମିତ ଅଗ୍ରୱାଲ ଓ ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଦୁଇ ଯୁବ ଅତିଥି ବ୍ୟାଟ ଧରି ବ୍ୟାଟିଂ କରିବା ପରେ ପ୍ରଥମ ଉଦ୍ଘାଟନୀ ମ୍ୟାଚ ରେଳବାଇ ଏକାଦଶ ଓ ଦୁଙ୍ଗୁରିଗୁଡ଼ା ରାଜେଶ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଗ୍ରୁପ ବି ର ମ୍ୟାଚ ବୋର୍ଡା ଏକାଦଶ ଓ କଣ୍ଟାବାଞ୍ଜି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜି ଦ୍ୱିତୀୟ ଦିବସର ପ୍ରଥମ ପର୍ଯ୍ୟାୟରେ ମୁନିଗୁଡ଼ା ୟଙ୍ଗ ଫାଇଟର ଓ ତୋଷା ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଦିନ ଗୋଟାଏ ବେଳେ ଏବିସି ବ୍ରଦର ଓ ବେଦାନ୍ତ କମ୍ପାନୀ ମଧ୍ୟରେ ଅନୁଷ୍ଠିତ ହେଉଛି। ଏଥିରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଧୀରେନ୍ଦ୍ର ଖେତାନ, ବରିଷ୍ଠ ସଦସ୍ୟ ନୀରଜ ଶର୍ମା (ସାନୁ), ଚନ୍ଦନ ମହାନ୍ତି, ମାଧବ ମହାଉତି, ରୋହିତ ବନଛୋର, ସଞ୍ଜୟ ଭୋଇ, ସଚିନ କାଲକାଲା, ବେଣୁ, ସୁଦୀପ୍ତ, ପ୍ରମୁଖଙ୍କ ସମେତ ବଲବସପୁର କ୍ରିକେଟ ଏସୋସିଏସନର ସଦସ୍ୟ ମାନେ ଟୁର୍ଣ୍ଣାମେଣ୍ଟ ବ୍ୟବସ୍ଥା ପରିଚାଳନା କରୁଥିବା ଜଣାପଡ଼ିଛି। ଏହି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ରେ ପ୍ରାୟ ୮ ଗୋଟି ଜିଲ୍ଲାର ୧୬ ଗୋଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.