ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ତଥା ଛାତ୍ରୀ ଚୁମକୀ ଦୀପ, ଅମ୍ରିତା ରାଜପଲିଆଙ୍କ ସଂଯୋଜନାରେ ଜାତୀୟ ଯୁବ ଦିବସ ଦିବସ ପାଳିତ ହୋଇଯାଇଛି | ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ସସ୍ମିତା ଦୀପ, ଶିକ୍ଷକ ଦିଲୀପ ମିର୍ଦ୍ଧା, ମୁରଲୀ ହାତୀଖୁଜିଆ, ପ୍ରହ୍ଲାଦ ସିନ୍ଧ୍ରୀଆ ଅତିଥି ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ, ଆଦର୍ଶ ଓ ବାର୍ତ୍ତା ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ | ସ୍ୱାମୀ ବିବେକାନନ୍ଦ ପାଶ୍ଚାତ୍ୟରେ ତାଙ୍କର କାର୍ଯ୍ୟ ଦ୍ୱାରା ଭାରତକୁ ତା’ର ଆତ୍ମସମ୍ମାନ, ଗୌରବ ପ୍ରଦାନ କରିଥିଲେ | ଭାରତରେ ତାଙ୍କର କାର୍ଯ୍ୟ ଏବଂ ଜନସାଧାରଣଙ୍କ ପ୍ରତି ତାଙ୍କର ପ୍ରେମ ଦ୍ୱାରା ସେ ଆମ୍ଭମାନଙ୍କୁ ‘ରାଷ୍ଟ୍ରର ପୁନର୍ଜାଗରଣ’ର ଧ୍ୟେୟ ପ୍ରଦାନ କରିଛନ୍ତି ବୋଲି ବକ୍ତାଗଣ କହିଥିଲେ | ଏହି ଅବସରରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା | ଶିକ୍ଷୟିତ୍ରୀ ବୈଜୟନ୍ତୀ ମହାକୁର ସ୍ୱାଗତ ଭାଷଣ ଦେଇଥିଲେ | ଶେଷରେ ଶିକ୍ଷୟିତ୍ରୀ ବନ୍ଦନା ରଣା ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.