କବିତା ପାଠୋତ୍ସବ ଏବଂ ବିବେକାନନ୍ଦ ଜୟନ୍ତୀ ଅନୁଷ୍ଠିତ
ଓଡ଼ିଆ ବାର୍ତ୍ତା/ କଟକ: କଟକ ସଦର ପାଇକାଣ ତତଲାପଦା ଠାରେ ମା ବୁଢୀ ଜାଗୁଳାଇ ମନ୍ଦିର ପରିସରରେ କବି ନୃସିଂହ ପ୍ରସାଦ ମହାନ୍ତିଙ୍କ ଚତୁର୍ଥ ସ୍ମୃତିସଭା ଅବସରରେ କବିତା ପାଠୋତ୍ସବ ଏବଂ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି । ଯେଉଁଥିରେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସ୍ କଫ) ସହାୟତା ପ୍ରଦାନ କରିଥିଲେ । ସଭାର ସଭାପତି ରୂପେ ନିକୁଞ୍ଜ କିଶୋର ଭଞ୍ଜ ମଞ୍ଚକାର୍ଯ୍ୟ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଅରୁଣ କୁମାର ଦାସ ବରେଣ୍ୟ ଅତିଥି ଭାବରେ ଶିକ୍ଷକ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ବନୋଜ ବିଶ୍ଵାଳ ଅବସର ପ୍ରାପ୍ତ ଅଧ୍ୟାପକ, ଲିଙ୍ଗରାଜ ମଲ୍ଲ, କବି ତ୍ରୈଲୋକ୍ୟ ବେହେରା, ଆଶୁ କବି ପ୍ରତାପ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ନିରୁପମା ରାଉତ, ଶର୍ମିଷ୍ଠା ସାହୁ, ଛବି ରାଣୀ ପତି ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ । ମଞ୍ଚର ଆବାହକ କମ୍ରେଡ୍ ନାରାୟଣ ଭୋଳ ସମସ୍ତ ଦାୟିତ୍ଵ ସୁଚାରୁ ରୂପେ ସଂପାଦନ କରିଥିଲେ । ଇଷ୍ଟ ପୂଜନ ପ୍ରଦୀପ ପ୍ରଜ୍ବଳନ ଅତିଥି ବନ୍ଦନ କବି ପରିଚୟ ଓ ସଭା ସମ୍ମାନ ପରେ ମଞ୍ଚ କାର୍ଯ୍ୟ ପରିଚାଳନା କରାଯାଇଥିଲା । ଅତିଥିମାନଙ୍କ ବକ୍ତବ୍ୟ ସହ କବିମାନେ ନିଜ ନିଜ କବିତା ପାଠ କରିଥିଲେ । ବାର୍ତ୍ତା ରୂପେ ‘କବିର କଲମ ପରିବର୍ତ୍ତନର ମଲମ’ କବି ଜ୍ୟୋତି ପ୍ରକାଶ ଚଇନି ଉପସ୍ଥାପନ କରିଥିଲେ । ନିଶାକର ବିଶ୍ୱାଳ, ସନାତନ ଦାସ, ଶିକ୍ଷୟତ୍ରୀ ମିତଞ୍ଜଳି ନାୟକ, ବିଦ୍ୟୁତ୍ ଭୂଷଣ ମହାରଣା, ସ୍ମୃତି କମିଟିର ସଭାପତି ବାବାଜୀ ଚରଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସର୍ବ ଶେଷରେ ସନାତନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।





