ଚତୁର୍ଥ ଦିବସରେ ବୁଢ଼ାରଜା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ; ସେମିଫାଇନାଲରେ ବଡ଼ମାଳ 

ଓଡ଼ିଆ ବାର୍ତ୍ତା/ ସଇଁତଲା: ବଡ଼ମାଳ ଖେଳ ପଡିଆ ଠାରେ ଚାଲୁଥିବା ୨୦ତମ ବୁଢ଼ାରଜା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବୁଧବାର ଚତୁର୍ଥ ଦିବସରେ ପହଞ୍ଚିଛି । ଚତୁର୍ଥ ଦିବସରେ ବଡ଼ମାଳ ଓ ମର୍ଣିଂ ଷ୍ଟାର ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବଡ଼ମାଳ ଦଳ ୩-୧ ଗୋଲ ସ୍କୋର କରି ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି । ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସହାୟକ ଶ୍ରମ ଅଧିକାରୀ ରଜନୀକାନ୍ତ ଛତ୍ରିଆ, ସମ୍ମାନୀତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ତରୁଣ ସୁନା, ସୁଶାନ୍ତ ଭୋଇ, ଜିତେନ୍ଦ୍ର ବଗର୍ତ୍ତୀ, ସୁଶାନ୍ତ ଦୀପ ମୁରଲୀ ତାଣ୍ଡିଆ ଗୋଳାବାରୁଦ କାରଖାନା କର୍ମଚାରୀ ପ୍ରମୁଖ ମଞ୍ଚାସିନ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ରାଜୀବ ଲୋଚନ ଭୋଇ ଖେଳ ପରିଚାଳନା କରିଥିବା ବେଳେ ଦିଲୀପ ମାଝୀ, ଜନ ଭୋଇ, ଧବଳେଶ୍ଵର ଭୋଇ ଲାଇନ ମେନ୍ ଭାବେ ସହାଯୋଗ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭୋଇ ଖେଳରେ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୧୧.୦୧.୨୦୨୬ ରୁ ଆରମ୍ଭ ହୋଇ ୧୮.୦୧.୨୦୨୬ ପର୍ଯ୍ୟନ୍ତ ୦୮ ଦିନ ଧରି ଅନୁଷ୍ଠିତ ହେବ । ଏଥିରେ ଆଠ ଟି ଦଳ ଅଂଶ ଗ୍ରହଣ କରିଛନ୍ତି ।ଏହି ଟୁର୍ଣ୍ଣାମେଣ୍ଟରେ ସୁଦାମ ସାହୁ, ମଧୁସୂଦନ ଭୋଇ, ପ୍ରତାପ ମାଝୀ, ଚନ୍ଦ୍ରଶେଖର ଭୋଇ, ତ୍ରିନାଥ ପୋଢ଼, ଅର୍ଜୁନ ବଗର୍ତ୍ତୀ, ଉର୍ଧୁବ ମାଝୀ, ତଥା ବୁଢ଼ାରଜା କ୍ଲବ ବଡ଼ମାଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.