ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବେଶ୍ ଉତ୍ସାହର ସହିତ କୋରାକାରା ଗ୍ରାମରେ ଆୟୋଜିତ ହୋଇଯାଇଛି କୋରକୋରା ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟରେ ଡେଞ୍ଜର ଇଲେଭେନ୍ କୋରକୋରା, କୋରକୋରା ପ୍ୟାନ୍ଥର୍ସ, ଫାଇଟର୍ ଇଲେଭେନ୍ କୋରକରା ଓ ଗୁରୁସ୍ୱାମୀ ଫାଇଟର୍ସ ଭଳି ମୋଟ ୪ଟି ଦଳ ଭାଗ ନେଇଥିଲେ। ଫାଇନାଲ୍ ମ୍ୟାଚ୍ରେ ଦର୍ଶନୀୟ ପ୍ରଦର୍ଶନ କରି ଫାଇଟର୍ ଇଲେଭେନ୍ କୋରକୋରା ଚାମ୍ପିୟନ ହୋଇଥିବା ବେଳେ ଗୁରୁସ୍ୱାମୀ ଫାଇଟର୍ସ ରନର୍ସ-ଅପ୍ ହୋଇଥିଲା। ଚାମ୍ପିୟନ ଦଳକୁ ୭୦ ହଜାର ଟଙ୍କା ଓ ରନର୍ସ-ଅପ୍ ଦଳକୁ ୫୦ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଗ୍ରାମୀଣ ପ୍ରତିଭାଙ୍କୁ ମଞ୍ଚ ଦେଇଥିବା ଏହି ଟୁର୍ଣ୍ଣାମେଣ୍ଟ ସାମାଜିକ ସମନ୍ୱୟ ଓ ଯୁବଶକ୍ତିର ଉଦାହରଣ ଭାବେ ପ୍ରଶଂସିତ ହୋଇଛି।





