ଭବାନୀପାଟଣାରେ ହିନ୍ଦୁ ସମ୍ମିଳନୀ 

ଏକ ସମରସ, ସମ୍ପନ୍ନ ଓ ସ୍ଵାଭିମାନୀ ହିନ୍ଦୁ ସମାଜ ଗଠନ ପାଇଁ ଆହ୍ବାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ହିନ୍ଦୁ ସମାଜ ଭବାନୀପାଟଣା ପକ୍ଷରୁ କାଳୀ ମନ୍ଦିର ବସତି ଯୋଜନାରେ ଏକ ହିନ୍ଦୁ ସମ୍ମିଳନୀ ନକଟିଗୁଡ଼ା ସ୍ଥିତ ଲାଖମରା ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଏକକୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଓ ଭଜନ, କୀର୍ତ୍ତନ ଓ ସତସଙ୍ଗ ଅନୁଷ୍ଠିତ ହୋଇଥିଲା। ଏହି ଭବ୍ୟ କାର୍ଯ୍ୟକ୍ରମରେ ଶବର ସମାଜର ମୁଖିଆ ଜଗଦୀଶ ଶବର ମୁଖ୍ୟ ଅତିଥି, ବିଶ୍ଵ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀର ସଦସ୍ୟ ସନ୍ଥ ମଧୁସୂଦନ ଦାସ ମହାରାଜ ଆଶିର୍ବଚକ ଓ ବିଶ୍ଵ ହିନ୍ଦୁ ପରିଷଦର କଳାହାଣ୍ଡି ଓ କୋରାପୁଟ ବିଭାଗର ସଙ୍ଗଠନ ମନ୍ତ୍ରୀ ରାମଚନ୍ଦ୍ର ନାଏକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ହିନ୍ଦୁ ଧର୍ମର ଶ୍ରେଷ୍ଠ ଆଚରଣ ଓ ହିନ୍ଦୁତ୍ବ ହିଁ ସମଗ୍ର ବିଶ୍ବକୁ ଏକ ସୂତ୍ରରେ ବାନ୍ଧି ପାରିବ ଓ ହିନ୍ଦୁ ଜୀବନ ଶୈଳୀ ଆଧାରରେ ସାମାଜିକ ସମରସତା, ସ୍ଵଭାବର ଜାଗରଣ, ପର୍ଯ୍ୟାବରଣ ସୁରକ୍ଷା, ଆଦର୍ଶ ଭାରତୀୟ କୁଟୁମ୍ବ ବ୍ୟବସ୍ଥା ଓ ନାଗରିକ ଶିଷ୍ଟାଚାର ଆଧାରରେ ଏକ ସମରସ ସମ୍ପନ୍ନ ଓ ସ୍ଵାଭିମାନୀ ହିନ୍ଦୁ ସମାଜ ଗଠନ କରିବା ପାଇଁ ଆହ୍ବାନ ଦେଇଥିଲେ। ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଓ ପ୍ରିୟାଂଶୁ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୭୦୦ ଉର୍ଦ୍ଧ୍ବ ସଂଖ୍ୟାରେ ହିନ୍ଦୁ ସମାଜର ବିଭିନ୍ନ ବର୍ଗ ଓ ଶ୍ରେଣୀର ମୁଖିଆ ଏବଂ ହିନ୍ଦୁ ଭାଇ ଭଉଣୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାନ୍ତନୁ କୁମାର ମୁଣ୍ଡ, ସନ୍ତୋଷ ଦାସ, ରମେଶ ରାଉଳ, ସଂଗ୍ରାମ ପ୍ରଧାନ, ସୁଶାନ୍ତ ନିଆଲ, ସତ୍ୟବାନ ଗମାଙ୍ଗ, ମନୋଜ ନାଏକ, ନବୀନ ସିଂ, ଅବିନାଶ ବାଘ, ମାଧବ ଦାସ ଓ ଲୋକେଶ ରଣା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ଅନ୍ନ ଯଜ୍ଞ ସହିତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.