ବେଲଘର ହାତୀ ମୃତ ଘଟଣା; ଦିନ ଗଡ଼ୁଛି ରହସ୍ୟ ବଢୁଛି : ବିଦ୍ୟୁତ ଓ ବନ ବିଭାଗ ମଧ୍ୟରେ ମୁହାଁ ମୁହିଁ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞ୍ଚଳରେ ହାତୀ ମୃତ୍ୟୁ ପରେ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାରେ ଏବେ କଳି ଆରମ୍ଭ ହୋଇଛି।ବିଦ୍ୟୁତ ବିଭାଗ କହିଛି ତଦନ୍ତ କେଉଁ ଆଧାର ରେ କରାଯାଇ ଆମ ଉପରେ ଦୋଷ ଲଦାଗଲା ନା ନିଜ ମୁଣ୍ଡ ରୁ ଦୋଷ ଛଡ଼ାଇ ବିଦ୍ୟୁତ ବିଭାଗ ଉପରେ ଲଦି ଦିଆଗଲା ବୋଲି ମାନସ ରଞ୍ଜନ ମହାରଣା , ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ ବିଭାଗ,ଫୁଲବାଣୀ କହିଛନ୍ତି । ଆଉ ଏକ ତଥ୍ୟ ମଧ୍ୟ ବିଦ୍ୟୁତ ବିଭାଗର ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ କହିଛନ୍ତି । ଜାନୁଆରୀ,୫ ରେ ହାତୀ ଗତିବିଧି କୁ ନଜର ରେ ରଖି ଝିରିପାଣି ଅଞ୍ଚଳ ରେ ବିଦ୍ୟୁତ କାଟ କରଯାଇଥିଲା କିଭଳି ହାତୀ ମୃତ ହେଲା ବନ ବିଭାଗ କହୁଛି ତାହା ସନ୍ଦେହ ଜନକ। ଗତ ଜାନୁୟାରୀ ୨୫ ତାରିଖ ରେ ବ୍ରହ୍ମପୁର RCCF ବିଶ୍ବନାଥ ନୀଳନବର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗତ ଜାନୁୟାରୀ ୫ ତାରିଖରେ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା ଏବଂ ମୃତ ହାତୀର ନମୁନା ଫୋରେନ୍ସିକ୍ ଲ୍ୟାବ୍ କୁ ପଠାଯାଇଛି । କହିବା ପରେ ଆଜି ଫୁଲବାଣୀ ରେ ଥିବା ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି ବନ ବିଭାଗ ପକ୍ଷରୁ ଆମକୁ କୌଣସି ଚିଠି କରାଯାଇ ନାହିଁ। ଆମେ ଆପଣ ମାନଙ୍କ ଠାରୁ ଜାଣିବାକୁ ପାଇଛୁ। ଯେକୌଣସି ବନ୍ୟପ୍ରାଣୀ ଜଙ୍ଗଲ ରେ ମୃତ ହେଲେ ବନ ବିଭାଗ ବିଦ୍ୟୁତ୍ ବିତରଣ ବିଭାଗ କୁ ଚିଠି କରିଥାଏ କିନ୍ତୁ ବାଲିଗୁଡ଼ା ବନ ବିଭାଗ କୌଣସି ଚିଠି କରି ନାହିଁ କି ତଦନ୍ତ ପାଇଁ ଆମକୁ ଡାକି ନାହାନ୍ତି। ଏଭଳି ମତାମତ ଦେବା ଠିକ ନୁହେଁ କହିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.