ଓଡ଼ିଶା ରାଜ୍ୟ ଦଲିଲ ଲେଖକ ଓ ମୋହରିର ସଂଘ ତରଫରୁ ଭିନ୍ନକ୍ଷମ ଶିଶୁଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ଦ୍ଵାରା ପରିଚାଳିତ ରେଡ୍‌କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ବନବିହାର ନିମନ୍ତେ ଭଞ୍ଜନଗର ସ୍ଥିତ ଫରେଷ୍ଟ ପାର୍କ ବୁଲିବାକୁ ଯାଇଥିଲେ। ସେଠାରେ ଅତି ଆନନ୍ଦ ଉଲ୍ଲାସରେ ବଣ ଭୋଜି ରେ ସାମିଲ ହେବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବାଦ୍ୟ ଓ ସଙ୍ଗୀତ ପରିବେଷଣ କରି ସେଠାକାର ପରିବେଶକୁ ବେଶ୍ ଉତ୍ସବ ମୁଖର କରି ଦେଇଥିଲେ। ଯାହାଦ୍ଵାରା କି, ସେଠାକୁ ଆସିଥିବା ବହୁ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମର ବେଶ୍ ମଜା ନେଉଥିଲେ। ​ସୁଦୂର ଭୁବନେଶ୍ୱର ଓ ବ୍ରହ୍ମପୁରରୁ ରାଜ୍ୟ ଦଲିଲ ଓ ଲେଖକ ଓ ମୋହରିର ସଂଘର ସଭାପତି ଓ କର୍ମକର୍ତ୍ତା ବୃନ୍ଦ ମଧ୍ୟ ସେଠାକୁ ବଣ ଭୋଜି ଉଦେଶ୍ୟରେ ଆସି ଏହି ଭିନ୍ନକ୍ଷମ ଶିଶୁ ମାନଙ୍କର ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ହୋଇ ଭୂୟସୀ ପ୍ରଶଂସା କରିବା ସହ, ଅନୁଷ୍ଠାନର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ସଭ୍ୟ ବିଶ୍ୱଜିତ ଜେନା, ଖଗେନ୍ଦ୍ର ନାୟକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟଜିତ ମହାପାତ୍ରଙ୍କ ସହ ବିଦ୍ୟାଳୟ ତଥା ଅନୁଷ୍ଠାନର ମାର୍ଗଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ମୋହରିର ସଂଘର ସଭାପତି ବଂଶୀଧର ବେହେରା ଓ କର୍ମକର୍ତ୍ତା ଙ୍କ ଦ୍ଵାରା ପିଲାମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ ପାଇଁ ୧୫ ହଜାର ୧୦୦ ଶହ ଟଙ୍କା ସମିତି ର ସହ ସମ୍ପାଦକ ଶ୍ରୀ ପଣ୍ଡା ଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଅର୍ଥରାଶିରେ ପିଲା ମାନଙ୍କ ପାଇଁ ସ୍ଵେଟର କିଣା ଯାଇ ଭିନ୍ନକ୍ଷମ ଶିଶୁଙ୍କୁ ବଣ୍ଟନ କରାଯାଇଥିଲା। ଏଥିପାଇଁ ରାଜ୍ୟ ଦଲିଲ ଲେଖକ ଓ ମୋହରିର ସଂଘ, ଭୁବନେଶ୍ୱର ଓ ବ୍ରହ୍ମପୁର ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜଣାଇବା ସହ ସେମାନଙ୍କର ସ୍ନେହ ଶ୍ରଦ୍ଧା ସର୍ବଦା ଉଜ୍ଜୀବିତ ରହିଥାଉ ବୋଲି ଆଶା ବ୍ୟକ୍ତ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.