ବଡ଼ମାଳ ହରିମଣ୍ଡପ ପ୍ରତିଷ୍ଠା ପାଇଁ କଳସ ଯାତ୍ରା ସହ ଅଧିବାସ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର: ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ଅର୍ନ୍ତଗତ ବଡ଼ମାଳ ଗ୍ରାମ ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସକାଳୁ ପ୍ରହରୀ ମଣ୍ଡପ ଠାରେ ପୂଜାର୍ଚ୍ଚନା କରି ବନ ବିହାର ଯାଇଥିଲେ। ବନ ବିହାରରୁ ଆସିବାପରେ ଗ୍ରାମ ପରିକ୍ରମା କରିଥିଲେ ଏବଂ ହୋମଯଜ୍ଞ ହେଲାପରେ କୁମ୍ଭସ୍ଥାପନ କରାଗଲା। ଏଥିପାଇଁ ସମଗ୍ର ବଡ଼ମାଳ ଗାଁ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।  ମୁଖ୍ୟ ପୂଜକ ଭାବରେ ଶରତ ଚନ୍ଦ୍ର ପୁରୋହିତ ଓ ସଞ୍ଜୀବ କୁମାର ପୁରୋହିତଙ୍କ ତର୍ତାବଦ୍ଧାନରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଏହି ନାମ ଯଜ୍ଞରେ ମୁଖ୍ୟ କର୍ତ୍ତା ଭାବରେ ଦେବେନ୍ଦ୍ର ମାଝୀ ଏବଂ ତାଙ୍କ ଧର୍ମପତ୍ନୀ ରହିଥିବା ବେଳେ ଷଢ ବୈଷ୍ଣବ ଭାବରେ ଡିଙ୍ଗର ଭୋଇ ସପତ୍ନିକ, ପିଅନ ଭୋଇ ସପତ୍ନିକ୍, କ୍ଷେଡୁ ଭୋଇ ସପତ୍ନିକ, ଗୋବିନ୍ଦ ମାଝୀ ସପତ୍ନିକ, ବଂଶୀଧର ଭୋଇ ସପତ୍ନିକ, କାଲିନ୍ଦ୍ରି ବଗର୍ତ୍ତୀ ସପତ୍ନୀକ ପୂଜା ଦାୟିତ୍ଵ ତୁଲାଇଥିଲେ। ଗ୍ରାମ ର ଶତାଧିକ ପୁରୁଷ ମହିଳା ସ୍ଥାନୀୟ ଫପସି ପୋଖରୀ ଠାରେ ଉପସ୍ଥିତ ରହି ସେଠାରେ ପୂଜାର୍ଚ୍ଚନା ପରେ କଳସ ଯାତ୍ରା ବାହାରିଥିଲା। କଳସ ଯାତ୍ରା ସମୟରେ ପାରମ୍ପରିକ ସଙ୍କୀର୍ତ୍ତନ ଦଳ ସହିତ ଘଣ୍ଟ ଦଳ ମୁଖ୍ୟ ଆକର୍ଷଣ ଥିଲା।  ୨୯ ତାରିଖ ଗୁରୁବାର ଦିନ ଠାରୁ ନାମ ଆରମ୍ଭ ହେବ ବୋଲି ଜଣା ପଡ଼ିଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ସହିତ ଆଗାମୀ ଦୁଇ ଦିନ ପାଇଁ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ନାମଯଜ୍ଞର ସଭାପତି ନାରଦ ଭୋଇ, ଉପସଭାପତି ଧବଳେଶ୍ଵର ଭୋଇ, ସମ୍ପାଦକ ଅଙ୍ଗଦ ଭୋଇ, ଶୁଦେବ ଭୋଇ,ଉପଦେଷ୍ଟା ମଣ୍ଡଳୀ ଡିଙ୍ଗର ଭୋଇ, ଗଙ୍ଗା ମାଝୀ, ଶ୍ରୀକର ଭୋଇ, କନ୍ଧ ଭୋଇ, ଗୌତମ ବଗର୍ତ୍ତୀ ସଦସ୍ୟ ନନ୍ଦ ଭୋଇ, ପଦ୍ମନ୍ ଭୋଇ, ଶିବ ବଗର୍ତ୍ତୀ, ଶ୍ରିଚନ୍ଦ୍ର ଭୋଇ, ଟିକେଶ୍ୱର୍ ଭୋଇ ତଥା ହରିମଣ୍ଡପ ପ୍ରତିଷ୍ଠା କମିଟି ତଥା ବଡ଼ମାଳ ଗ୍ରାମବାସୀ ସହଯୋଗ କରୁଛନ୍ତି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.