ତୃତୀୟ ଥର ପାଇଁ ସୁନୀଲ ହେଲେ ପ୍ରେସ କ୍ଲବ ସଭାପତି

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ବାଳକୃଷ୍ଣ ଚର୍ଚ୍ଚି): ପ୍ରେସ କ୍ଲବ ର ଦୁଇ ବାର୍ଷିକ ନିର୍ବାଚନ ଆଜି ସମାପ୍ତ ହୋଇଛି। ପୂର୍ବତନ ସଭାପତି ସୁନୀଲ ପଟ୍ଟନାୟକ ତୃତୀୟ ଥର ପାଇଁ ପ୍ରେସ କ୍ଲବ ର ସଭାପତି ହୋଇଛନ୍ତି ଓ ତ୍ରିନାଥ ସାହୁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ଦିନ ୧୧ ଟା ବେଳେ ଦୁଇଜଣ ନିର୍ବାଚନ ଅଧିକାରୀ ସୁବାସ ପ୍ରଧାନ ଓ ଫିଲିମୋହନ ନାୟକଙ୍କ ତତ୍ୱାବଧାନରେ ପ୍ରେସ କ୍ଲବ ଠାରେ ମତଦାନ ଆରମ୍ଭ ହୋଇଥିଲା ଏବଂ ଦୁଇ ନିର୍ବାଚନ ଅଧିକାରୀ ଙ୍କୁ ଅଜିତ ମହାରଣା ଓ ଅଶୋକ ମହାନ୍ତି ସହାୟତା କରିଥିଲେ। ସମୁଦାୟ ୫ଟି ପଦବୀ ପାଇଁ ତଥା ସଭାପତି, କାର୍ଯ୍ୟକାରୀ ସଭାପତି, ଉପସଭାପତି, ସମ୍ପାଦକ ଓ ସହସମ୍ପାଦକ ପାଇଁ ନିର୍ବାଚନ ହୋଇଥିଲା। ପ୍ରେସ କ୍ଲବ ର ୪୦ ଜଣ ସଦସ୍ୟ ଙ୍କ ମଧ୍ୟରୁ ୩୮ ଜଣ ମତଦାନ କରିଥିଲେ। ଶେଷରେ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ ବେଲେଟ ଗଣତି ହୋଇଥିଲା। ନିର୍ବାଚନ ଅଧିକାରୀ ଶେଷରେ ଫଳାଫଳ ଘୋଷଣା କରିଥିଲେ। ସଭାପତି ଭାବେ ସୁନୀଲ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଭାବେ ପ୍ରଶାନ୍ତ ବେହେରା, ଉପସଭାପତି ସୁଜିତ ବେହେରା ଓ ପ୍ରଶାନ୍ତ ପଣ୍ଡା, ସମ୍ପାଦକ ଭାବେ ତ୍ରିନାଥ ସାହୁ, ସହ ସମ୍ପାଦକ ଭାବେ ରମେଶ ପ୍ରଧାନ ଦୁଇ ବର୍ଷ ପାଇଁ ନିର୍ବାଚନ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.