ନବନିର୍ମାଣ କୃଷକ ସଂଗଠନ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ସମର୍ଥନ କଲା ଲାଞ୍ଜିଗଡ଼ ବ୍ଳକ କଂଗ୍ରେସ କମିଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ସାର୍ଟିଫିକେଟ୍ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ଆଜି ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଜଣାଇଛନ୍ତି।ଏହାର ପ୍ରଭାବରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଭାବ ଦେଖିବାକୁ ମିଳିଛି। ଲାଞ୍ଜିଗଡ଼ ବ୍ଳକ କୃଷକ ସଂଗଠନ ଓ ବ୍ଳକ କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଡ଼. ବଳଭଦ୍ର ମାଝୀଙ୍କ ନେତୃତ୍ବରେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା।ବ୍ଳକର ବିଶ୍ୱନାଥପୁରଠାରେ କଂଗ୍ରେସ ଦଳୀୟ କର୍ମୀମାନେ ପିକେଟିଂ କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟ ସହିତ ବ୍ୟାଙ୍କ,ତହସିଲ କାର୍ଯ୍ୟାଳୟ,ଧାନ ମଣ୍ଡି, ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା।ସେହିପରି ବ୍ଳକର ଲାଞ୍ଜିଗଡ଼ରୋଡ଼ ଠାରେ ମଧ୍ୟ ବ୍ୟାଙ୍କ, ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ,ଦୋକାନ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା।ଏହି ଅଫିସଗୁଡିକରେ ସକାଳୁ ୬ ରୁ ଦିନ ୨ ଟା ପର୍ଯ୍ୟନ୍ତ ୮ ଘଣ୍ଟା ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।ଏଥିରେ ଲାଞ୍ଜିଗଡ଼ ବ୍ଳକ କଂଗ୍ରେସ ସଭାପତି ଗୋବିନ୍ଦ ପ୍ରଧାନୀ, କଂଗ୍ରେସ ନେତା ଟଙ୍କଧର ମାଝୀ, ଭୀମସେନ ନାଏକ, ଭାସ୍କର ଚନ୍ଦନ, ପୂର୍ଣ୍ଣଚନ୍ଦ୍ର ଗଉଡ଼, ଗଣେଷ ବେହେରା, ରଜତ କୁମାର ରାଉତ, ସନ୍ତୋଷ ତୁଳ, ଫକୀର ଚରଣ ବିଶି, ଗୋପାଲ ଖୋରା, ମନୋଜ କୁମାର ରାଉତ, ରାଜ କରୁଆ ସମେତ ଦଳୀୟ କଂଗ୍ରେସ କର୍ମୀ କୃଷକମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.