ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାଘ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ସ୍ଥିତ ବକଟପୁର ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ହୀରାନୀଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ପୂଜକମାନେ ମାଘମାସ ଦ୍ବିତୀୟା ଦିନ ୭ଟି ନୂଆ ଚାଙ୍ଗୁଡ଼ିରେ ନଦୀରୁ ବାଲି ଆଣି ବିଭିନ୍ନ ପ୍ରକାର ଶସ୍ୟ ଧାନ, ମକା,ମୁଗ, ବିରି, କୋଳଥ ଇତ୍ୟାଦି ବିହନ ଗଜା ହେବା ପାଇଁ ଚାଗୁଡିରେ ଥିବା ବାଲିରେ ପକାଇଥାନ୍ତି ଓ ଝାମେରା କଣ୍ଟାରେ ଦୋଳି ତିଆରି କରିଥାନ୍ତି। ଗଜା ହୋଇଥିବା ବିହନ ଓ କଣ୍ଟା ଦୋଳିକୁ ନବମୀ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚନା କରାଯାଇଥାଏ। ଏହି ଦିନ ମା’ ହୀରାନୀଳ କଞ୍ଚା ମାଠିଆରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଦଶମୀ ଦିନ ମାଆଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଗାଁରେ ଜୈନିକ ବ୍ୟକ୍ତି ଶ୍ରୀନିବାସ ନାଏକଙ୍କ ଦେହରେ ଦେବୀଙ୍କ ଆବିର୍ଭାବ ହେଇଥିଲା। ଏହାପରେ ଦେବୀଙ୍କ କାଳିସୀ ମୁଖ୍ୟ ପୀଠସ୍ଥଳୀ ମା’ହୀରାନୀଳା ପାହାଡକୁ ଶହ ଶହ ଶ୍ରଦ୍ଧାଳୁ ଯାଇ ନିଜ ମାନସିକ ଅନୁସାରେ ମା’ଙ୍କ ଆସ୍ଥାନରେ ଝଣ୍ଡା ବାନ୍ଧିଥିଲେ। ଏହା କଲେ ମାନସିକ ପୂରଣ ବୋଲି ବିଶ୍ବାସ କରନ୍ତି। ଏହା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଗ୍ରାମରେ ଥିବା ବାଲିଘଟ ଫେରି ଆସିଥିଲେ। ପ୍ରଥମେ ଗାଁ ଗୋନ୍ତିଆ ବିକ୍ରମାଦିତ୍ୟ ବାରିକଙ୍କ ଘରକୁ ଯାଇ ପାଦ ପୂଜା ପରେ ସେଠାରୁ ଝାମୁଯାତ୍ରା ପଡିଆକୁ ଫେରି ଆସିଥିଲେ।ଫେରିବା ପରେ ପ୍ରଥମେ ଡହଡ଼ହ ତତଲା ନିଆଁରେ ଦେବୀଙ୍କ କାଳିସୀ ଚାଲିବା ସହ ନିଜ ଶକ୍ତିର ପରିଚୟ ଦେଇଥିଲେ ଓ ମୂନିଆ ଝାମେରା କଣ୍ଟାରେ ତିଆରି ଦୋଳିରେ ବସି ଭକ୍ତମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହାପରେ ମାନସିକ କରିଥିବା ଭକ୍ତ ମାନେ ମାନସିକ ଅନୁଯାୟୀ ପୋଢ, ଛେଳି ଓ ବହୁ ସଂଖ୍ୟକ କୁକୁଡ଼ା ପାରା ବଳି ଦିଆଯାଉଥିଲା।ଏଥିରେ ମାଁ ହୀରାନୀଳ ମୁଖ୍ୟ ବାହୁକ ଦେବାନନ୍ଦ ସାହୁ,ସରଦ ଗଣ୍ଡା, ବାହୁକ ନକୁଳ ବେହେରା, ପ୍ରଦିପ ବେହେରା, ଶକ୍ତି ସାଗର ବାରିକ,ପ୍ରସାନ୍ତ ପାତ୍ର, ପରମାନନ୍ଦ ବେହେରା, ମନୁ ବେହେରାଙ୍କ ସମେତ ଯାତ୍ରାରେ ଗ୍ରାମବାସୀ ବିଭିନ୍ନ ଦାଇତ୍ବ ତୁଲାଇ ଥିଲେ। ଗାଁ ଗୈଟିଆ ବିକ୍ରମାଦିତ୍ୟ ବାରିକ, ଦେବୀଙ୍କ ପାରମ୍ପରିକ ସେବକ ଭାବେ ଦେବୀଙ୍କ ସହ ଗ୍ରାମ ପରିକ୍ରମା କରିଥିଲେ। ଏଥିରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଏସିଏଫ୍ ତଥା ବିଶ୍ଵନାଥପୁର ଭାରପ୍ରାପ୍ତ ରେଞ୍ଜର ନରୋତ୍ତମ ମାଝୀ, ପଖୋରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ ପ୍ରମୁଖ ଯୋଗଦେଇ ମାଁଙ୍କ ଆଶିର୍ବାଦ ନେଇଥିଲେ। ମାଁ ହିରାନୀଳା କମିଟି ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କମିଟି ଉପସଭାପତି କର୍ଣ୍ଣ ମାଝୀ, କାର୍ଯ୍ୟକାରୀ ସଭାପତି ଭବାନୀ ଶଙ୍କର ବାଣୁଆ, ପବିତ୍ର ବିଭାର, ସାଧାରଣ ସମ୍ପାଦକ ବିକ୍ରମାଦିତ୍ୟ ବାରିକ, ସହ ସମ୍ପାଦକ ସଂକୀର୍ତ୍ତନ ବେହେରା, କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ବାରିକ, ସହ କୋଷାଧ୍ୟକ୍ଷ ମୁକେଶ ବେହେରା, ପରାମର୍ଶଦାତା ସନାତନ ବିଶି, କୁଳମଣି ବାଣୁଆ, ଆବାହକ ପିତାମ୍ବର ବିଶି, ସଦସ୍ୟ ଶଙ୍କର ପ୍ରଧାନୀ, ଉଗ୍ରସେନ ବାଗ, ମୁକେଶ ସାହୁ, ବୈରାଗୀ ବିଭାର,ହର ବେହେରା, ଫକିର ହରପାଳ, ଲଛମନ ବେହେରା, ଲୋଚନ ବେହେରା, ସୁଶାନ୍ତ ମାଝୀ, ଭଗବାନ ରାଉତ ସମେତ ପଞ୍ଚାୟତବାସୀ ସହଯୋଗ କରିଥିଲେ। ଏଥିରେ ଜିଲ୍ଲା ତଥା ପଡୋଶୀ ଜିଲ୍ଲାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସେହିପରି ବିଶ୍ବନାଥପୁର ଠାରେ ମଧ୍ୟ ମାଁ ହୀରାନୀଳାଙ୍କ ଝାମୁଯାତ୍ରା ସମ୍ପନ୍ନ ହୋଇଯାଇଛି।





