ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଲା ନନ୍ଦ ବଗର୍ତ୍ତୀ): ଅଳିଆ ଗଦାରୁ ଶିଶୁ କନ୍ୟା ଉଦ୍ଧାର, ଏପରି ଏକ ଘଟଣା ଘଟିଛି ସଇଁତଳା ଥାନା ଧରପଗଡ ଗାଁରୁ। ଗାଁର ଏକ ଅଳିଆ ଗଦା ଳରେ ଶିଶୁ କନ୍ୟା ପଡିଥିବା ଦେଖିଥିଲେ କିଛି ସ୍ଥାନୀୟ ଲୋକେ। ତେବେ ଦେଖିବା ପରେ ନବଜାତ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କୁ ଦେଇଥିଲେ। ତେବେ ଶିଶୁର ପରିଚୟ ମିଳି ପାରିନାହିଁ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିବା ଜଣାପଡିଛି।





