ନର୍ଲା ଆଞ୍ଚଳିକ ଦୋରା ସମାଜର ମକର ପାଣ୍ଡୁଗ୍ ଭେଟ ଘାଟ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଆଞ୍ଚଳିକ ଏନ୍ ଟି ଦୋରା ସମାଜ ଆନୁକୂଲ୍ୟରେ ନାଗଝରୀ ଗ୍ରାମରେ ୩ୟତମ ମକର ପାଣ୍ଡୁଗ୍ ଭେଟଘାଟ ଉତ୍ସବ ପାଳନ କରାଯାଇଥିବା ସହ ଦୋରା ସମାଜ ଗୋଷ୍ଠୀ କେନ୍ଦ୍ରର ଶିଳାନ୍ୟାସ ହୋଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଗୋଷ୍ଠୀ କେନ୍ଦ୍ରର ଶିଳାନ୍ୟାସ କରିଥିଲେ। ଏଥିରେ ସମ୍ମାନୀୟ ଅତିଥି ଭାବରେ ନର୍ଲା ବ୍ଲକ ସମିତି ସଦସ୍ୟ ସଂଘ ସଭାପତି ତଥା ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ଅବହେଳିତ ଦୋରା ମହାସଂଘ ରାଜ୍ୟ ସଭାପତି ସତ୍ୟମ ସ୍ୱାଇଁ ଓ ସମ୍ପାଦକ ମକୁନ୍ଦ ଦୋରା ଉପସ୍ଥିତ ଥିଲେ। ଏହା ସହିତ ଦୋରା ସଂଘର ଜିଲ୍ଲା ସଭାପତି ଦଶରଥ ପାତ୍ର, ଲାଞ୍ଜିଗଡ ମଣ୍ଡଳ ସଭାପତି ବିଶିକେଶନ ଆର୍ଯ୍ୟ, ମୁନିଗୁଡା ବ୍ଲକର ସମ୍ପାଦକ ବିକାଶେନ୍ଦୁ ଉଦଲି, ସ୍ଥାନୀୟ ସରପଞ୍ଚ ପର୍ଶୁରାମ ହରପାଲ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ଆୟୋଜକ ସ୍ଥାନୀୟ ଆଞ୍ଚଳିକ ନର୍ଲା ମଣ୍ଡଳ ସଭାପତି ସୁଦର୍ଶନ ଦୋରାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋପାଳଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ। ସମାଜର ଶିଶୁ, କିଶୋର ଓ ଯୁବକ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.