ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଶେରଗଡ଼ ପଞ୍ଚାୟତର ସିର୍ପାଲି ଭାଟେଲ ଠାରେ ଥିବା ସନ୍ଥ ଆଶାରାମ ବାପୁଙ୍କ ଆଶ୍ରମ ଠାରେ ୧୬ଜଣ ବୃଦ୍ଧା ଓ ୪ ଜଣ ବୃଦ୍ଧ ଜାପକ ମାନଙ୍କୁ ସନ୍ଥ ଆଶାରାମ ବାପୁଙ୍କ ପକ୍ଷରୁ ପଠା ଯାଇଥିବା ଟଙ୍କା ଓ ଶାଢ଼ୀ ପ୍ରଦାନ କରାଯାଇଛି। ସିର୍ପାଳୀ ଭାଟେଲ ଆଶ୍ରମ ଦାଇତ୍ୱରେ ଥିବା ବେଣୁ ଭାଇ ଏହି ବରିଷ୍ଠ ନାଗରିକମାନଙ୍କୁ ୪ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରି ଥିବା ବେଳେ ବିଜୟ ଲକ୍ଷ୍ମୀ ଭଉଣୀ ବୃଦ୍ଧା ମାନଙ୍କୁ ଶାଢ଼ୀ ପ୍ରଦାନ କରିଥିଲେ। ଏଥିରେ ଧର୍ମେନ୍ଦ୍ର ଭାଇ, ଭୁବନ ଭାଇ, ଗୋପୀ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।





