ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା : କଳାହାଣ୍ଡିର ମୋହିତ ସରାଫ ସର୍ବଭାରତୀୟ ସ୍ତରରେ ତୃତୀୟ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ/ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଳା ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧାର ମୋହିତ ସରାଫ ହାଇଦ୍ରାବାଦ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେ ବେଚଲର ଡିଗ୍ରୀ ପ୍ରାପ୍ତ କରିଥିବାବେଳେ ନିଜ କୌଳିକ ବୃତ୍ତି ସୁନା ଗହଣା ତିଆରି କାମ କରନ୍ତି। ସୁନ୍ଦର ସ୍ୱାସ୍ଥ୍ୟ ଗଠନ ଉପରେ ରୁଚି ରଖୁଥିବା ମୋହିତ ବିଭିନ୍ନ ସମୟରେ ଫିଟ ରହିବା ପାଇଁ ନିୟମିତ ବ୍ୟାୟମ ଓ ଯୋଗାଭ୍ୟାସ ସହିତ ଜିମ କରନ୍ତି। ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଅଞ୍ଚଳରେ ସେ ବେଶ ପରିଚିତ ଥିବା ବେଳେ ବିଭିନ୍ନ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଶଂଶିତ ହୋଇ ଆସିଛନ୍ତି। ରାୟଗଡା ଠାରେ ୨୦୨୫ରେ ଆୟୋଜିତ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଚାମ୍ପିଆନ ହୋଇଥିବା ବେଳେ ହାଇଦ୍ରାବାଦ ଠାରେ ଆୟୋଜିତ ହୋଇଥିବା ୨୦୨୬ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସର୍ବ ଭାରତୀୟ ସ୍ତରରେ ତୃତୀୟ ସ୍ଥାନରେ ରହି ଜିଲ୍ଳା ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏନେଇ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିଛି। ଆଗକୁ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ଦେଶ ପାଇଁ ଗୌରବ ଆଣିବାର ଲକ୍ଷ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ମୋହିତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.