ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ରୁପ୍ରାରୋଡର ତୃତୀୟ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଲାଖଗୁଡା ସ୍ଥିତ ସ୍କୁଲର ନୂତନ କ୍ୟାମ୍ପସରେ ଶନିବାର ସନ୍ଧ୍ୟାରେ ଏନେଇ ଆୟୋଜିତ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତି ନିବେଦିତା ନାଥ ଯୋଗ ଦେଇଥିଲେ। ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରିନ୍ସପାଲ ବିଭୁ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ବକ୍ତା ଭାବେ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ଼ଃ କୈଳାସ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଡ଼ିଓ ବିପିନ ବିହାରୀ ଦୀପ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ୟଙ୍ଗ ବ୍ଲଡ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଅଧ୍ୟକ୍ଷ ରାମ କୁମାର ଜୈନ, ରୁପ୍ରାରୋଡ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲର ସଚିବ ସୁମିତ କୁମାର ଅଗ୍ରୱାଲ, କେସିଙ୍ଗା ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲର ପ୍ରିନ୍ସପାଲ ଡ଼ଃ ଦିପ୍ତିରାଣୀ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷୟତ୍ରୀ ଅନିମା ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଙ୍କାକ୍ଷା ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ପଦ୍ମନାଭ ଝାଙ୍କର।
ସ୍କୁଲର ଭାଇସ୍ ଚ୍ୟାରମେନ୍ ରତନ କୁମାର ଅଗ୍ରୱାଲ, ବରିଷ୍ଠ ସଦସ୍ୟ ଆନନ୍ଦ କୁମାର ଅଗ୍ରୱାଲ, ମହେଶ ଅଗ୍ରୱାଲ, କୈଳାଶ କୁମାର ଅଗ୍ରୱାଲ, ରୂପଚନ ଜୈନ, ପ୍ରଦୀପ କୁମାର ଅଗ୍ରୱାଲ, ଦେବେଶ କୁମାର ଅଗ୍ରୱାଲ, ପରିଚାଳନା କମିଟିର କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉପଦେଷ୍ଟା ଦେବୀଦେବ ଶର୍ମା ଓ ସୁବାସ ଚନ୍ଦ୍ର ଅଗ୍ରୱାଲ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗିନ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବାର୍ତ୍ତା ପ୍ରେରଣ କରିଥିଲେ।
ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ସ୍କୁଲ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ପୁରସ୍କୃତ କରିଥିଲେ। ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ଶିକ୍ଷକ ବିଜୟ ମହାପାତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ଲମ୍ବୋଦର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ଶିକ୍ଷୟତ୍ରୀ ନିବେଦିତା ସାହୁ, ତୁଳସୀ ବେହେରା, ପ୍ରେମାଞ୍ଜଳୀ ପୋଢ, ପୂଜା ଅଗ୍ରୱାଲ, ଅଞ୍ଜୁ ବେହେରା, ନିଳାମ୍ବିକା ସାହାଣୀ, ଶିକ୍ଷକ ଚୈତନ୍ୟ ସାହୁ, ଦେବେନ୍ଦ୍ର ସେନାପତିଙ୍କ ସମେତ ବିଦ୍ୟାଳୟର କର୍ମଚାରୀ ଧିରୋଜ ସେଠୀ, ସୁମିତ୍ରା ପୋଢ, ବୃନ୍ଦାବନ ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଅବିଭାବକ/ ଅବିଭାବିକା ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।





