ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସାଧୁରାମ ଭୋଇ ଆଜି ଅବସର ଗ୍ରହଣ କରିଛନ୍ତି। ଏନେଇ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଏଡିଇଓ ତପିମଣି ଜାନୀ, ନର୍ଲା ଭାରପ୍ରାପ୍ତ ବିଇଓ ଗୋବର୍ଦ୍ଧନ ମାଝୀ, ଏବିଇଓ ସୁଢ଼ଳଦେବ ମୁଣ୍ଡ ଓ ସୂର୍ଯ୍ୟଦେବ ବାଗ, ଜିଲ୍ଲା ଅମଲା ସଂଘ ସମ୍ପାଦକ ଜିତେନ୍ଦ୍ର ମୁଣ୍ଡ, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଚନ୍ଦ୍ରଶେଖର ଶବର, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସେକ୍ସନ ଅଫିସର ଟଙ୍କଧର ସାହୁ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ନର୍ଲା ଡବ୍ଲୁଇଓ ଶ୍ୟାମସୁନ୍ଦର ନାଏକ, ରାକ୍ସି ହାଇସ୍କୁଲର ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ସ୍ବାଇଁ, ମୁରସିଂ ହାଇସ୍କୁଲର ପ୍ରଧାନଶିକ୍ଷକ ଅର୍ଜୁନ ତାରିଣିଆ, ରୁପ୍ରା ହାଇସ୍କୁଲର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା, ଶିକ୍ଷକ ଗଙ୍ଗାନାରାୟଣ ଦାଶ, କୈଳାସ ଚନ୍ଦ୍ର ଭୋଇ, ଉମାକାନ୍ତ ଭୋଇ, ତରୁଣ ସାହୁ, ମିନତି ଶତପଥୀ, ଅର୍ଚ୍ଚନା ଦାସ, ସସ୍ମିତା ସୁନାମୁଦି, ନାରାୟଣ ସାହୁ, ସଲିଲ ରଞ୍ଜନ ସିକଦାର, ଅବସରପ୍ରାପ୍ତ କିରାଣୀ ପ୍ରମୋଦ ଚନ୍ଦ୍ର ଭୋଇ, ପୂରାତନ ଛାତ୍ର ସଂସଦ ଉପସଭାପତି ରଘୁନାଥ ଦୀପ, ମିହିର ଭୋଇ, ସରିଆଁ ୟୁପି ସ୍କୁଲର ପ୍ରଧାନଶିକ୍ଷକ ଟଙ୍କଧର ସା, ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଅମିତ ଶର୍ମାଙ୍କ ସମେତ ଅନେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା, ପୁରାତନ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଭୋଇଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଗୁଣଗାନ କରି ସେମାନଙ୍କ ଗୁରୁ ତଥା ଅବସରପ୍ରାପ୍ତ ଶିକ୍ଷକ ଜଗୁଲାଲ ଭୋଇ, ଗୁଣନିଧି ଧଙ୍ଗଡାମାଝୀ, ଜନକ ନାଏକ ଓ ଶ୍ୟାମସୁନ୍ଦର ସେନାପତି ‘ସାଧୁରାମ ଭୋଇଙ୍କ ସାଧୁତା ବିଦ୍ୟାଳୟକୁ ସ୍ବତନ୍ତ୍ର ପରିଚୟ ଦେଇଛି, ସେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଆଦର୍ଶ’ ବୋଲି କହିଥିଲେ। ସଭା ପରେ ଏକ ବିଶାଳ ଶୋଭାଯାତ୍ରାରେ ସମସ୍ତେ ଅବସରପ୍ରାପ୍ତ ଶିକ୍ଷକ ଓ ତାଙ୍କ ଧର୍ମପତ୍ନୀ ସସ୍ମିତା ଭୋଇଙ୍କୁ ନେଇ ତାଙ୍କ ସରିଆଁ ସ୍ଥିତ ବାସଭବନରେ ଛାଡ଼ି ଆସିଥିଲେ। ମଞ୍ଚ ପରିଚାଳନା କରିଥିଲେ ପୂର୍ବତନ ଛାତ୍ର ଅଚ୍ୟୁତାନନ୍ଦ ଭୋଇ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜଣେ ଛାତ୍ରବତ୍ସଳ ପ୍ରଧାନଶିକ୍ଷକ ଭାବେ ସୁପରିଚିତ ସାଧୁରାମ ଭୋଇ ୧୯୮୮ ମସିହାରୁ ଏହି ବିଦ୍ୟାଳୟରେ ଯୋଗଦାନ କରି ଏହି ବିଦ୍ୟାଳୟରୁ ହିଁ ଅବସର ଗ୍ରହଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.