ଉଦଯାପିତ ହେଲା ଯୁବ ମହୋତ୍ସବ ଏବଂ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ ‘ଉତ୍କର୍ଷ ୨୦୨୬’

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପ୍ରଥମଥର ପାଇଁ ବାଲେଶ୍ୱର ସହରସ୍ଥ ହରିପ୍ଲାଜା ଠାରେ ଅନୁଷ୍ଠିତ ହୋଇଥିବା ଯୁବ ମହୋତ୍ସବ ଏବଂ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ ଉତ୍କର୍ଷ ୨୦୨୬ ଉଦ୍‌ଯାପିତ ହୋଇଯାଇଛି । ନବ ଗଠିତ ଏହି ସଂଗଠନ ବାଲେଶ୍ୱର ଯୁବକମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା, ସଦର ବିଧାୟକ ମାନସ କୁମାର ଦତ୍ତ, ମହିଳା କମିଶନ ଅଧକ୍ଷା ଶୋଭାନା ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ‘ହରି ଉଦ୍ୟୋଗ’ର ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ଦାସ, କମିଟିର ମୁଖ୍ୟ ଉପଦେଷ୍ଟା କବି ପ୍ରଶାନ୍ତ ଦାସ, କବି ଶ୍ରୀଦେବ ଉପସ୍ଥିତ ଥିଲେ।ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ ସଂଗଠନର ମୁଖ୍ୟ ଉପଦେଷ୍ଟା ପ୍ରଶାନ୍ତ ଦାସ୍, କବି ଶ୍ରୀଦେବ ଉପସ୍ଥିତ ଥିଲେ। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କୁ ଉତ୍କର୍ଷ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗଠନର ସଭାପତି ସିମନ୍ ଦାସ ମହାପାତ୍ର ଏଥିରେ ପୌରୋହିତ୍ୟ କରିଥିଲେ। ସାଧାରଣ ସମ୍ପାଦକ ରାଜେଶ ମହାକୁଡ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ହ୍ରିତିକ ନାୟକ ମଞ୍ଚ ଆହ୍ୱାନ କରିଥିବା ବେଳେ ଶେଷରେ ବିଶାଳ ଦେବ ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ସଂଗଠନର କାର୍ଯ୍ୟକର୍ତ୍ତା ଦିବ୍ୟଜ୍ୟୋତି ମହାନ୍ତି, ସୁଶୀଲ ପଣ୍ଡା, ସତ୍ୟମ ମିଶ୍ର, ଅନୁପମ ମିଶ୍ର, ଭବାନୀ ମହାନ୍ତି, ସିମନ ସାମଲ, କିରଣ ନାଥ ସମେତ ଅନ୍ୟ ସଦସ୍ୟମାନେ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହାପରେ ମାନସ ପ୍ରିତମ୍ ସଙ୍ଗୀତ ପରିବେଷଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.