ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ଦିନ ରୁ ଦାବୀ ହୋଇ ଆସୁଥିବା କଳାହାଣ୍ଡି ଜିଲ୍ଲାର ନର୍ଲାକୁ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ପରଠୁଁ ନର୍ଲାରେ ଖୁସିର ଲହର ଖେଳିଯାଇଛି। ସରକାରଙ୍କ ନିର୍ଦ୍ଧେଶ କ୍ରମେ ଯୁଦ୍ଧ କାଳୀନ ଭିତ୍ତିରେ ସ୍ଥାନୀୟ ଅଧିକାରୀ ଏହାର ରୁପ ରେଖ ପ୍ରସ୍ତୁତ ପାଇଁ ଲାଗି ପଡିଛନ୍ତି। ଏନେଇ ଜିଲ୍ଲା ରେ ବାରମ୍ବାର ମିଟିଂ ଅନୁଷ୍ଠିତ ହେଉଛି। ଶୁଣାଯାଉଛି ଆସନ୍ତା ୪ ମାସ ମଧ୍ୟରେ ଏହାର ନିର୍ବାଚନ ହେବ ବୋଲି। ଏଥିପାଇଁ ପ୍ରାର୍ଥି ମାନେ ମଧ୍ୟ ସଜଵାଜ ହେଉଥିବା ଜଣା ପଡ଼ିଛି। କଳାହାଣ୍ଡି ଜିଲ୍ଲା ମାଜିଷ୍ଟ୍ରେଟ ଙ୍କ ଦ୍ବାରା ପତ୍ର ସଂଖ୍ୟା ୩୭୨ ତା ୧୨/୨ ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନର୍ଲା ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତ କୁ ନେଇ ନର୍ଲା ଏନ ଏ ସି ୧୫ ଗୋଟି ୱାର୍ଡ ଭାବରେ ବିଭାଜି କରଣ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଓଡିଶା ପୌର ଅନିୟମ ୧୯୫୦ ର ଧାରା ୧୨ ର ଉପଧାରା (୩) ଓ (୩ କ) ତଥା ଓଡିଶା ପୌର (ୱାର୍ଡ ଗୁଡିକର ସୀମା ନିର୍ଦ୍ଧାରଣ ଆସନ ସଂରକ୍ଷଣ ଓ ନିର୍ବାଚନ ସଂଚାଳନ ନିୟମାବଳୀ, ୧୯୯୪ ର ନିୟମ ୨ କ ର ଉପନିୟମ ୧ ଦ୍ବାରା ଅର୍ପିତ କ୍ଷମତା ର ପ୍ରୟୋଗ କ୍ରମେ, ଜିଲ୍ଲା ମାଜିଷ୍ଟ୍ରେଟ ନୋଟିସ ଦେଇଛନ୍ତି ଯେ, କଳାହାଣ୍ଡି ଜିଲ୍ଲା ର ନର୍ଲା ଅସୂଚିତ କ୍ଷେତ୍ର ପରିଷଦକୁ ପାରିଷଦ ମାନଙ୍କ ଆଗାମୀ ନିର୍ବାଚନ ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ ହେବା ମତେ ୧୫ ୱାର୍ଡ ରେ ବିଭାଜନ କରାଯାଇଛି। ଉକ୍ତ ଆଧିନୀୟମ ଧାରା ୧୧ ଅନୁଯାୟୀ ଯେଉଁ ଆସନ ଗୁଡିକ ସଂରକ୍ଷିତ ରହିବ ତାହା ମଧ୍ୟ ବିଜ୍ଞପ୍ତି ରେ ଦର୍ଶାଯାଇଛି।ଏହି ସୂଚନା ଜାରି କରାଯିବା ତାରିଖ ୧୨/୨ ଠାରୁ ଦଶ ଦିନ ଅବଧି ଅବସାନ ହେବା ଦିନ ବା ତାହା ପୂର୍ବରୁ ଉକ୍ତ ଚିଠା ଅଧି ସୂଚନା ସଂକ୍ରାନ୍ତରେ ଆଗ୍ରହୀ କୌଣସି ବ୍ୟକ୍ତିଙ୍କ ଠାରୁ କୌଣସି ଆପତ୍ତି ବା ପ୍ରସ୍ତାବ ମିଳିଲେ, ସେଗୁଡିକ ବିଚାର କରାଯିବ। ଉକ୍ତ କାଳ ଅବଧି ପରେ ମିଳିଥିବା ଆପରି ବା ପ୍ରସ୍ତାବ ଗୁଡିକ ବିଚାରକୁ ନିଆଯିବ ନାହିଁ ବୋଲି ବିଜ୍ଞପ୍ତି ରେ ଦର୍ଶାଯାଇଛି।





