କୁମ୍ଭକର୍ଣ୍ଣ ନିଦରେ ଶୋଇଛି ଉତେଇ ଜଳ ସେଚନ ବିଭାଗ : ନିଜସ୍ବ ଉଦ୍ୟମରେ କେନାଲ ସଫା କଲେ ଚାଷୀ

କଳାହାଣ୍ଡି,୨୫/୮(ନବୀନ କିଶୋର ସାହୁ) : କୃଷି ଓ କୃଷକର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟରେ ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି କିନ୍ତୁ କଳାହାଣ୍ଡିଆ ଚାଷୀର ଦୂଃଖ ଥମିବାର ନାଁ ନେଉନାହିଁ । କେନାଲ ଥାଇ ମଧ୍ୟ ଆବଶ୍ୟକତା ସମୟରେ ଜମିରେ ପାଣି ମଡାଇ ପାରୁନାହିଁ ଚାଷୀ । ସରକାରୀ କଳର ଉଦାସୀନତା ଓ ଖାମଖିଆଳ ମନୋଭାବ ଯୋଗୁଁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି କେନାଲ । ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ସଂପୃକ୍ତ ବିଭାଗ ତରଫରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ କେନାଲ ସଫା କରିଛନ୍ତି ଗ୍ରାମର ଚାଷୀ କୁଳ । ଏପରି ଏକ ଦୃଷ୍ୟ ଦେଖିବାକୁ ମିଳିଛି କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଅନ୍ତର୍ଗତ ଭଟାପଳା – ରିଞ୍ଜା ସବ୍ ମାଇନର ନିକଟରେ ଆସିଥିବା ଭଟାପଳା କେନାଲ (ସବ୍‌ମାଇନର -୧)ରେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଭଟାପଲା, ଲକ୍ଷ୍ମୀପଡା ଓ ଧରଣୀପଡାର ଚାଷୀ ମାନଙ୍କ ପାଇଁ ଏହି କେନାଳ ଲାଇଫ ଲାଇନ ସଦୃଷ୍ୟ କାର୍ଯ୍ୟ କରିଥାଏ । ତେବେ କେନାଲ ଗୁଡିକର ବେଡ୍‌ ସଫେଇ ହୋଇ ନଥିବାରୁ ପାଣି ଶେଷମୁଣ୍ଡରେ ପହଞ୍ଚିପାରୁନାହିଁ। ଉତେଇ ଜଳସେଚନ ବିଭାଗ ପକ୍ଷରୁ ଜୁନ୍‌ ମାସ ଭିତରେ କେନାଲ ସଫା ହେବା କଥା କିନ୍ତୁ, ସଂପୃକ୍ତ ବିଭାଗ ତରଫରୁ ଏଥିପ୍ରତି ଧ୍ୟାନ ଦିଆଗଲା ନାହିଁ । ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ଅନ୍ୟୋପାୟ ଚାଷୀମାନେ ନିଜସ୍ବ ଶ୍ରମଦାନରେ କେନାଳ ସଫେଇ କରିଛନ୍ତି ।

Udyog Nursery
Udyogi Nursery

ଶନିବାର ଦିନ ଭଟାପଳା (ବସ୍ତି)ର ଚାଷୀ ସତ୍ୟ ଭୋଇ, ଗୌତ୍ତମ ସାହୁ, ପଦୁ ସାହୁ, ନୁଆଁଖାଉ ସାହୁ, ପହିଲ ସାହୁ, କମ୍ଭୁ ସାହୁଙ୍କ ସମେତ ପ୍ରାୟ ୧୦ ଜଣ ଚାଷୀ ସ୍ବେଚ୍ଛାକୃତ ଭାବେ ଆଗେଇ ଆସି କେନାଲର ଶେଷ ମୁଣ୍ଡ ଯାଏ ସଫେଇ କରିଥିବା ଦେଖା ଯାଇଥିଲା । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ଆହୁରି କେନାଲ ବେଡ ସଫା କରାଇବାର ବ୍ୟବସ୍ଥା କରିବାକୁ ଚାଷି ମାନେ ଦାବି କରିଛନ୍ତି।

Like us on Facebook👇

http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.