ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ

ସୋନପୁର,୨୫/୮ : ପୂର୍ବରୁ ରାଜାରାଜୁଡା ଅମଳରୁ ଚାଲି ଆସିଥିବା ପରମ୍ପରଙ୍କ ଅନୁଯାୟୀ, ଆଜି ପବିତ୍ର ନନ୍ଦୋତ୍ସବ ଦିନ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ କରାଯାଇଛି । ସ୍ଥାନୀୟ ବଡ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ ଜିଲାର ପଣ୍ଡିତ ମହାସଭା ବସି ଚଳିତ ଭାଦ୍ରବ ମାସ ସୌରସିଂହ ୧୮ ଦିନ ଶୁକ୍ଳପକ୍ଷ ପଞ୍ଚମୀ ମଙ୍ଗଳବାର ୩.୯.୧୯ ଚନ୍ଦ୍ର ସ୍ଥିତ ରାଶି ତୁଳା ନକ୍ଷତ୍ର ବିଶାଖା ଯୋଗ ବ୍ରହ୍ମ , କରଣ-କବ, ସୂର୍ଯ୍ୟ -ସିଂହ ରାଶି ସ୍ଥିତ ଅମୃତ ସମୟ ଦିନ ୯ଟା ୫୭ ରୁ ୧୦ଟା ୧୧ ମିନିଟ ମଧ୍ୟେ ବିଶୁଦ୍ଧ ତୁଳା ଲଗ୍ନେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କଠାରେ ନବାନ୍ନ ଲାଗି ଶୁଭ ବୋଲି ପଣ୍ଡିତ ମହାସଭା ସ୍ଥିର କରିଛନ୍ତି । ସେହିପରି ସହରର ଅଷ୍ଟଚଣ୍ଡୀଙ୍କଠାରେ ଅମୃତ ତୁଳା ଲଗ୍ନର ଷଷ୍ଠ ନବାଂଶ ମୀନ ଲଗ୍ନ ଦିବା ୯.୫୭ ରୁ ୧୦.୧୧ ମଧ୍ୟରେ ନବାନ୍ନ ଭୋଗ ଅର୍ପଣ କରାଯିବ । ଏହି ଦିନ ପ୍ରସିଦ୍ଧ ପାହୁର ଯାତ୍ରା ମଧ୍ୟ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରୁ ସକାଳ ୮.୪୬ ରୁ ୯.୨୮ ମଧ୍ୟରେ ତୁଳା ରାଶିରେ ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର ଭୋଗ, ଅମୃତ ଶୁଭ ଥିବାରୁ ଏହି ସମୟ ମଧ୍ୟରେ ପାହୁର ବାହାରିବା ପାଇଁ ମଧ୍ୟ ସମୟ ନିର୍ଘଣ୍ଟ କରାଯାଇଛି । ଏହି ପଣ୍ଡିତ ସଭାରେ ପଣ୍ଡିତ ଜ୍ୟୋର୍ତିବିଦ ସୀତାଂଶୁ ଶେଖର ପାଣିଗ୍ରାହୀ, ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ର, ଗୌରୀଶଙ୍କର ରଥ, ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ଲଗ୍ନ ଧାର୍ଯ୍ୟ କରିଥିଲେ । ଏଥିରେ ସମେଲଇ ମନ୍ଦିର ପୂଜକ ଷଷ୍ଠୀ ବଡମାଳି, ବଡ ଜଗନ୍ନାଥ ମନ୍ଦିର ପୂଜକ ରାମଗୋପାଳ ପୂଝାରୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବାଳମୁକୁନ୍ଦ ସାହୁ, ମହେଶ ପୂଝାରୀ, ବୈଦ୍ୟନାଥ ଗୁରୁ, ଅକ୍ଷୟ ସାହୁ, ତ୍ରିଲୋଚନ ତରିଆ ପ୍ରମୁଖଙ୍କ ସହ ବିଭିନ୍ନ ମନ୍ଦିରର ପୁଜକ ଓ ପୌର କର୍ମଚାରୀ ଶିବରାମ ସାହୁ ଉପସ୍ଥିତ ଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.