ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ରେଙ୍ଗାଲବାହାଲ ଗାଁରେ ଜେବିସିସି ଆନୁକୂଲ୍ୟରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି | ଉଦଯାପନୀ ମ୍ୟାଚରେ ସାଲେଦମକ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪ ଓଭରରେ ୨୬ ରନ କରିଥିଲେ | ଜବାବରେ ତୁଷ୍ଟାପାଲି ଦଳ ୩ ଓଭରରେ ୨୭ ରନ କରି ଚମ୍ପିୟାନ ହୋଇଥିଲେ | ମନସୀ ବାଗ, ପ୍ରଦୀପ ବାଗ ଖେଳ ପରିଚାଳନା କରିଥିଲେ | ସତ୍ୟ ବଗର୍ତ୍ତୀ, ରାମ ବଗର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିଥିଲେ | ଜେବିସିସି ଅଧିନାୟକ ହେମସାଗର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ବିଜୁ ଜନତା ଦଳର ସଇଁତଳା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ବୁଡ଼େକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ | ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ବାଗ, ଇଞ୍ଜିନିଅର ମାନବେନ୍ଦ୍ର ବାଗ, ଏମସିସି ଏକାଡେମିର ନିର୍ଦ୍ଦେଶକ ଜ୍ୟୋତିରାଜ ବାଗ, ସାମାଜିକ କର୍ମୀ ବାମନଚନ୍ଦ୍ର ବୁଡ଼େକ, ଲବ ପଟେଲ, ନିଲୁ ବାଗ, ରାଧେଶ୍ୟାମ ପଟେଲ, ପୂର୍ବତନ ୱାର୍ଡ ସଭ୍ୟ ଦଶରଥ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ କରିଥିଲେ | ଶେଷରେ ଜେବିସିସି ଉପ ଅଧିନାୟକ ବିଷ୍ଣୁପ୍ରସାଦ ବାଗ ଧନ୍ୟବାଦ ଅର୍ପଣ କରିଥିଲେ | ଶିବ ବାଗ, ବିଦ୍ୟାଧର ବାଗ, ଭୂଷଣ ଶବର, ହେମନ୍ତ ଭୁଏ, ନିରଞ୍ଜନ ପଟେଲ, ଖେଡୁ ପଟେଲ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ |




