ନମସ୍ତେ ମା ଶୈଳପୁତ୍ରୀ ହିମବନ୍ତ ଜେମା l
ବାଞ୍ଛାଫଳ ପ୍ରଦାୟିନୀ ତ୍ରିନେତ୍ର ଚନ୍ଦ୍ରମା ll
ବୃଷଭ ବାହନୀ ମାଲୋ ତ୍ରିଶୂଳ ଧାରିଣୀ l
କରୁଣାମୟୀ ମାଆ ତୁ ଜୟ ନାରାୟଣୀ ll
ନାନାଳଙ୍କାର ଭୂଷିତେ ମସ୍ତକେ କିରୀଟ l
ସିନ୍ଦୁରର ବିନ୍ଦୁ ଶୋଭେ ଉନ୍ନତ ଲଲାଟ ll
ପିତାମ୍ବରୀ କାନ୍ତେ ଶାନ୍ତେ ପ୍ରଫୁଲ୍ଲ ଵଦନୀ l
ତ୍ରିପୁରେ ପୂଜିତା ମାତା ଦ୍ୱିଭୁଜା ଶିବାନୀ ll
ଏକ ହସ୍ତେ ଶୂଳ ଆନହସ୍ତେ ତୋ କମଳ l
ବୃଷଭେ ଆରୋହୀ ଭ୍ରମୁ ଭୁବନ ମଣ୍ଡଳ ll
ବହୁ କାଳ ତପ ଫଳେ ହିମାଳୟ ମେନା l
ପୁତ୍ରୀରୂପେ ଲଭିଥିଲେ ମାତ ତୁ ଅପର୍ଣ୍ଣା ll
ସତୀ ବିସର୍ଜନେ ଶିବ ଶବ ପ୍ରାୟ ହୋଇ l
ତପକରି କାଳେ ଲଭିଥିଲେ ମହାମାୟୀ ll
ଉଦରୁ ସମ୍ଭବି ତୋର ଦେବ ସେନାପତି l
ତାରକାସୁର ବଧିଲେ ଦେବକାର୍ଯ୍ୟେ ମତି ll
ଉମା ଗୋଉରୀ ଚଣ୍ଡିକେ ତୁହି ଜଗଦମ୍ବେ l
ଆନନ୍ଦମୟୀ ମାଆ ତୁ ଜଗଦ୍ଧାତ୍ରୀ ଅମ୍ବେ ll
ତୋ ପାଦେ ନମଇଁ ମାତେ ଅଜ୍ଞାନ ଅଧମ l
ନମସ୍ତସୈ ନମସ୍ତସୈ ମହାଦେବୀ ନମଃ ll
ଅର୍ଜୁନୀ ଚରଣ ବେହେରା
ମୋ -7693091971




