ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଦେବସର ଧାମ ଦୁର୍ଗା ମନ୍ଦିରରେ ଗୁରୁବାର ଠାରୁ ଚୈତ୍ର ନବରାତ୍ର ଆରମ୍ଭ ହୋଇଛି। ଏହା ଆସନ୍ତା ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ। ଏଥିରେ ସୁବାଷ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପା ଅଗ୍ରୱାଲ କର୍ତ୍ତା ଥିବାବେଳେ ପୂଜକ ରାମଚନ୍ଦ୍ର ପଧାନଙ୍କ ସମେତ ଅବିନାଶ ପାଣ୍ଡେ ଓ ରୁପେଶ ପାଣ୍ଡେ ପ୍ରମୁଖ ନବରାତ୍ର ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି। ଦେବସର ଧାମ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ମୁଲଚାନ୍ଦ ଅଗ୍ରୱାଲଙ୍କ ତତ୍ବାବଧାନରେ ଏହି ନବଦିନ ବ୍ୟାପୀ କାର୍ଯ୍ୟକ୍ରମ ଚାଲି ଥିବାବେଳେ ସହଯୋଗ କରୁଛନ୍ତି କମିଟିର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟବୃନ୍ଦ। ଏହାପରେ ମାର୍ଚ୍ଚ ୩୧ରୁ ଅପ୍ରେଲ ୨ ପର୍ଯ୍ୟନ୍ତ ଶ୍ରୀ ଦୁର୍ଗା ସପ୍ତଶତୀ ସପ୍ତ ଚଣ୍ଡୀ ମହାଯଜ୍ଞ ହେବ ବୋଲି ଦେବସର ଧାମ ଦୁର୍ଗା ମନ୍ଦିର ପକ୍ଷରୁ ସୂଚନା ରହିଛି।




