ବରିଷ୍ଠ ସାମ୍ବାଦିକ ମିହିର ମହାପାତ୍ରଙ୍କର ଶେଷ କୃତ୍ଯ ସମ୍ପନ୍ନ : ୨୭ ମାର୍ଚ୍ଚରେ ଭୁବନେଶ୍ୱର ଠାରେ ହେବ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ଜିଲ୍ଲା ଗୋପାଳଗାଁ ନିବାସୀ ସ୍ଵର୍ଗତ ରବିନାରାୟଣ ମହାପାତ୍ର ଏବଂ ସ୍ଵର୍ଗତା ଗୌରୀପ୍ରିୟା ମହାପାତ୍ରଙ୍କର କନିଷ୍ଠ ପୁତ୍ର ମିହିର ମହାପାତ୍ର ୭୦ ବର୍ଷ ୮ ଦିନ ବୟସରେ ଗତ ୧୭ ତାରିଖ ଅପରାହ୍ନ ୪ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅସୁସ୍ଥତା କାରଣରୁ ଚିକିତ୍ସା ପାଇଁ ଭୁବନେଶ୍ୱରରେ ରହୁଥିବା ବେଳେ ୧୬ ତାରିଖ ରାତି ତିନିଟାରେ ଅମ୍ଳଜାନ ଅଭାବ ପାଇଁ ତୁରନ୍ତ ଉତ୍କଳ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରୁ ଶେଷକୃତ୍ଯ ପାଇଁ ସ୍ବର୍ଗଦ୍ବାର ନିଆ ଯାଇଥିଲା। ତାଙ୍କର ଅନ୍ତରଙ୍ଗ ବାଲ୍ଯବନ୍ଧୁ ଅମର ମହାନ୍ତି, ଅଚ୍ୟୁତାନନ୍ଦ ଦାସ, ଶ୍ୟାଳକ ଅରବିନ୍ଦ ଦାସ ଚେୟାରମ୍ୟାନ, ମିଡିଆ, କମ୍ୟୁନିକେସନ ଏଣ୍ଡ୍ ପବ୍ଲିସିଟି ଡିପାର୍ଟମେଣ୍ଟ ଅଫ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ଜ୍ଯେଷ୍ଠ ଶାଳୀ ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର କାଜରୀ ଦାସ, ପୁତୁରା ବୋହୂ ଇନ୍ଦିରା ଭଞ୍ଜବାବୁ, ଝିଆରୀ ସ୍ବାଗତିକା ଦେବଗୋସ୍ବାମୀ, ଝିଆରୀ ଜ୍ବାଇଁ ମୁକ୍ତିକାନ୍ତ ପଟ୍ଟନାୟକ, ସ୍ତୁତି ମହାନ୍ତି, ଶ୍ୟାମଲ ହାଲଦାର ପ୍ରଭୃତି ଉତ୍କଳ ହସ୍ପିଟାଲରେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ଝିଆରୀ ଅନନ୍ୟା ଗିରି, ଝିଆରୀ ଜ୍ବାଇଁ ଶୁଭ୍ରଜ୍ଯୋତି ଗିରି,ପୁତୁରା ଦେବାନନ୍ଦ ଦେବଗୋସ୍ବାମୀ,ପଡ଼ିଶା ସର୍ବେଶ୍ଵର ବିଶ୍ବାଳ, ଏସପିଡି କନଷ୍ଟ୍ରକସନର କର୍ମକର୍ତ୍ତା ଦେବୀପ୍ରସନ୍ନ ମହାନ୍ତି, କୃଷ୍ଣା କୁମାର ଶ୍ରେଷ୍ଠା, ଭାଇ ସୁଶାନ୍ତ ମହାପାତ୍ର, ଭାଇବୋହୂ ସ୍ନେହାଶ୍ରୀ ମହାପାତ୍ର ପ୍ରଭୃତି ମିହିର ମହାପାତ୍ରଙ୍କର ମର ଶରୀର ସହିତ ସ୍ବର୍ଗଦ୍ବାରରେ ପହଞ୍ଚିଥିଲେ। ସାଙ୍ଗରେ ଥିଲେ ସ୍ବର୍ଗତ ମହାପାତ୍ରଙ୍କର ଧର୍ମପତ୍ନୀ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟରୁ ଅବସରପ୍ରାପ୍ତ ଅଧ୍ଯକ୍ଷା ମିତ୍ରା ମହାପାତ୍ର, ଜ୍ଯେଷ୍ଠା କନ୍ଯା ମେଘାଦୀପ୍ତି ,କନିଷ୍ଠା କନ୍ଯା ମେଘାଜ୍ଯୋତି, ନାତୁଣୀ କ୍ରୀଶା। ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବାଲେଶ୍ବରରୁ ରମୁ ପଣ୍ଡା, ଶଚିନ୍ଦ୍ର ମାଝୀ, ଶିବଦାସ କୁଣ୍ଡୁ, ଅଭିଷେକ କୁଣ୍ଡୁ, ଶାଳୀ ଦିପ୍ତା କୁଣ୍ଡୁ, ନିଜ ଗ୍ରାମ ଅଣ୍ଡରାଇରୁ ପୁତୁରା ସଂଦିପ୍ତ ମହାପାତ୍ର, ନିର୍ଲିପ୍ତ ମହାପାତ୍ର, ମାମୁଁ ଶ୍ବଶୁର କୌଶିକ କୁମାର ଦାସ,ପତ୍ନୀଙ୍କର ଧରମ ମାତା କଲ୍ଯାଣୀ ସ୍ବାଇଁ ଓ ପିତା ସୁକାନ୍ତ ସ୍ବାଇଁ, ନିଗମାନନ୍ଦ ମହିଳା ମହାବିଦ୍ୟାଳୟରୁ ସୁବାସ ଚନ୍ଦ୍ର ଜେନା, ନରସିଂହ ପ୍ରସାଦ ରଥ, ଶ୍ରୀମନ୍ଦିର ପ୍ରଶାସନର ଶ୍ରୀଜଗନ୍ନାଥଙ୍କର ସେବକ ଦିଲ୍ଲୀପ କୁମାର ମଙ୍ଗରାଜ ପ୍ରଭୃତି ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ରହି ଶେଷ ଅର୍ଘ୍ଯ ପ୍ରଦାନ କରିଥିଲେ। କନିଷ୍ଠା କନ୍ଯା ମେଘାଜ୍ଯୋତି ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ମହାପାତ୍ରଙ୍କର ଦଶମ ଏବଂ ଏକାଦଶ କ୍ରିୟା କର୍ମ ୨୬ ତାରିଖ ବୃହସ୍ପତିବାର ପୁରୀ ସ୍ଥିତ ଶ୍ବେତଗଙ୍ଗା ଘାଟରେ ସମ୍ପନ୍ନ ହେବ। ୨୭ ତାରିଖରେ ଭୁବନେଶ୍ଵରସ୍ଥିତ ବସାଘରେ ସନ୍ଧ୍ଯା ୭ ଟାରେ ସ୍ମୃତିସଭା ଏବଂ ପଂକ୍ତି ଭୋଜନ କରାଯିବାର ବ୍ଯବସ୍ଥା ହୋଇଛି ବୋଲି ସ୍ଵର୍ଗତ ମହାପାତ୍ରଙ୍କ ପରିବାର ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.