ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦୀର୍ଘ ୩୦ ବର୍ଷ ପରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳଶରଖଣ୍ଡି ଗ୍ରାମରେ ଗତ ୧୦ ତାରିଖରୁ ଭକ୍ତିମୟ ପରିବେଶ ମଧ୍ୟରେ ମା ଦକ୍ଷିଣକାଳୀଙ୍କ ପୀଠରେ ସପ୍ତସତୀ ଚଣ୍ଡୀ ମହାଯଜ୍ଞ ଧୁମଧାମରେ ପାଳିତ ହେଉଛି । ମନ୍ଦିର ପରିସରରେ ପ୍ରତିଦିନ ସକାଳୁ ପୂଜାର୍ଚ୍ଚନା, ବିଦ୍ୱାନ ପଣ୍ଡିତ ଙ୍କ ମନ୍ତ୍ର ଧ୍ଵନି ହୋମଯଜ୍ଞ ଚାଲିଛି | ଅଂଚଳର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରି ଯଜ୍ଞରେ ଅଂଶଗ୍ରହଣ କରୁଛନ୍ତି ।

କିମ୍ବଦନ୍ତୀ ଅନୁଯାୟୀ | ଜଉଗଡ଼ର ଅଧୁଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀ ଆସି ଜଳସର ଖଣ୍ଡି ଗ୍ରାମରେ ବିରାଜମାନ ହୋଇଛନ୍ତି । ଏଠାକାର ବିଶେଷତ୍ଵ ହେଲା ମା ଦକ୍ଷିଣ ଦିଗ ହୋଇ ପୂଜା ପାଉଛନ୍ତି । ତେଣୁ ଭକ୍ତ ମାନେ ନିଜ ମନସ୍କାମନା ପୂରଣ କରିବାକୁ ଆସି ଏଠାରେ ହୋମ ଯଜ୍ଞ କରିଥାନ୍ତି | ଏହି ପୀଠ ସ୍ଥଳୀରେ ବହୁ ବିଦ୍ଵାନ ପଣ୍ଡିତ ମାନେ ତନ୍ତ୍ର ସାଧନା କରୁଛନ୍ତି। । ଏହି ମହା ଯଜ୍ଞ ଅବସରରେ ଭକ୍ତମାନଙ୍କ ପାଇଁ ପ୍ରସାଦ ବଣ୍ଟନ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏଠାରେ ଅନ୍ନ ଯଜ୍ଞ, ଗୋ ଯଜ୍ଞ, ଜ୍ଞାନ ଯଜ୍ଞ, ଓ ନାମ ଯଜ୍ଞ ହୋଇଥାଏ | ସନ୍ଧ୍ୟା ସମୟରେ ଭଜନ, କୀର୍ତନ ଓ ଦୀପଦାନ, ବିଭିନ୍ନ ମନୋହର ଦୋକାନ, ଦୋଳି ଏହି ସ୍ଥାନରେ ହେଉଛି | ଯଜ୍ଞ, ଏବଂ ଏହି ଭକ୍ତି ମୟ ପରିବେଶ କାର୍ଯ୍ୟକ୍ରମ ହେଉଥୁବାରୁ ସମଗ୍ର ସ୍ଥାନରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି | ଯଜ୍ଞ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯଜ୍ଞ କମିଟି ସଦସ୍ୟମାନେ ଓ ସ୍ଥାନୀୟ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରୁଛନ୍ତି । ଏହି ଯଜ୍ଞକୁ ସଫଳ କରିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ଲାଗିପଡିଛନ୍ତି । ମାଁ ଙ୍କ ପାଖରେ ପୂଜାପାଠ କଲେ ଭକ୍ତଙ୍କ ମନ ବାଞ୍ଛା ପୂରଣ ହୁଏ, ବୋଲି ପ୍ରଗାଢ଼ ବିଶ୍ଵାସ ରହିଛି |

ପଣ୍ଡିତ ଶ୍ରୀ ବାସୁଦେବ ମିଶ୍ରଙ୍କ ତତ୍ୱାବଧାନ ରେ ୭୦ ଜଣ ପଣ୍ଡିତ ଏହି ଯଜ୍ଞରେ ବରଣ ହୋଇଛନ୍ତି | ଏହାସହ ମନ୍ଦିର ଟ୍ରଷ୍ଟି ସୁଦର୍ଶନ ନାୟକ, ଜଗତ ବନ୍ଧୁ ପଣ୍ଡା, ବସନ୍ତ ମହାପାତ୍ର, ବିପିନ ମହାପାତ୍ର, ଓବାବୁଲା ବେହେରା ଯଂଜ୍ଞ କମିଟି ରହିଛନ୍ତି | ଏହାସହ ମନ୍ଦିରର ସବୁ ସେବାୟତ, ମାନେ ମଧ୍ୟ ସହଯୋଗ କରିଛନ୍ତି | ବହୁ ନେତା ମନ୍ତ୍ରୀ, ଯନ୍ତ୍ରୀ ଓ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆଜି ଯଜ୍ଞର କର୍ତ୍ତା ଭାବେ ବସିଥିଲେ |

ପୂର୍ବତନ ବିଧାୟକ ଲତିକା ପ୍ରଧାନ, ଆସି ମାଆଙ୍କୁ ଦର୍ଶନ କରି କୃପାଭିକ୍ଷା ଲାଭ କରିଥିଲେ | ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ପ୍ରମୁଖ ଉପସ୍ଥିତ ରହି ମାଆଙ୍କୁ ଦର୍ଶନ କରିବା ସହ ଯଜ୍ଞ ବୁଲି ଦେଖିଥିଲେ | ପୁରୁଷୋତ୍ତମପୁର ଥାନା ଅଧିକାରୀ କୂଳମଣି ସେଠୀ ଓ ଏସଡ଼ି ପିଓ ସୁଜିତ ନାୟକଙ୍କ ସହ ଥାନା ଷ୍ଟାଫ ଉପସ୍ଥିତ ରହି ଆଇନ ଶୃଙ୍ଖଳା ସ୍ଥିତି ପରଖି ଥିଲେ |





