କବିତା: ପଖାଳ ଦିବସ

ଓଡିଶା ମାଟିର ଓଡ଼ିଆ ସନ୍ତାନ
ପଖାଳ ଆମର ପ୍ରିୟ
ମାଟି ସାଙ୍ଗେ ଯୁଝି ଖାଇବା ଯୋଗାଉ
ଚାଷୀ ଆମ ପରିଚୟ l

ଲୁଣ ଲଙ୍କା ସାଙ୍ଗେ ପିଆଜ ଟେ ଥିଲେ
ପଖାଳ କଂସାଏ ଉଠେ
ଚାଷୀ ପରିବାର ସରଧାରେ ଖାଉ
ହସ ଫୁଟୁଥାଏ ଓଠେ l

ଲୋଡ଼ା ପଡେ ନାହିଁ ଦଶ ପରକାର
ଭଜା ସାଙ୍ଗେ ମିଠା ଦହି
ଶୁଖୁଆ ପୋଡା ଟା ମିଳିଯାଏ ଯଦି
ସ୍ୱର୍ଗ ସୁଖ ଥାଉ ପାଇ l

ବର୍ଷ ସାରା ପାଳୁ ପଖାଳ ଦିବସ
କରିଥାଉ କ୍ଷେତେ କର୍ମ
ଦିବସ ପାଳିବା ଖୁସି ମନାଇବା
ବଡ ବଡ଼ିଆଙ୍କ ଧର୍ମ l

ବିଳାସ ଚନ୍ଦ୍ର ବେହେରା

ନଳିତା ନିଳୟ,
ବନ୍ତୁଣିଆ, ୪୨ମୋୖଜ଼ା, କଟକ 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.