ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ ଆଇଆଇସି ପ୍ରସନ୍ନ କୁମାର ବେହେରା ପାଇବେ ସମ୍ମାନଜନକ ଉପାଧି ଡ଼ିଜିପି ଡିସ୍କ | ପୋଲିସ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଆସନ୍ତା ଏପ୍ରିଲ ୧ତାରିଖ ପୋଲିସ ପ୍ରତିଷ୍ଠା ଦିବସରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ଖବର ଜଣାପଡିବା ପରେ ସମଗ୍ର ଜିଲ୍ଲା ପୋଲିସ ବିଭାଗ ଓ ଜନସାଧାରଣ ମହଲରେ ଖୁସିର ଲହରୀ ଖେଳି ଯାଇଛି ଓ ଶ୍ରୀ ବେହେରାଙ୍କ ନିକଟକୁ ଶୁଭେଚ୍ଛାର ବାର୍ତ୍ତା ଛୁଟିବାରେ ଲାଗିଛି |




