ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ମୋଡାବାଇ ଗ୍ରାମର ସ୍ୱର୍ଗତ ରଘୁନାଥ ସାହୁଙ୍କ ୨ୟ ପୁତ୍ର ବ୍ୟବସାୟୀ ପରୋପକାରୀ କୁନା ସାହୁଙ୍କ ଦ୍ୱାଦଶାହ ଦିବସରେ ନେତା ଠାରୁ ବ୍ରହ୍ମପୁର ସାଂସଦ ପ୍ରଶାସନିକ ଅଧିକାରୀ ପୋଲିସ, ବୁଦ୍ଧିଜୀବୀ, ଆଇନ ଯିଵି, ବ୍ୟବସାୟୀ, କର୍ମୀ, ପୁରୁଷୋତ୍ତମପୁରବ୍ଳକ ଅଧକ୍ଷ, ପୋଲସରା ଏନଏସି ର ପୂର୍ବତନ ଅଧକ୍ଷ, ଖଲ୍ଲିକୋଟ ବ୍ଳକ ର ପୂର୍ବତନ ବ୍ଳକ ଅଧକ୍ଷ, ପୋଲସରା ପୂର୍ବତନ ବିଧାୟକ, ପୁରୁଷୋତ୍ତମପୁର ତହସିଲଦାର,ବିଡ଼ିଓ ଏସଡ଼ି ପିଓ, ଆଇ ଆଇସି, ୨୬ ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ଜନ ପ୍ରତିନିଧି, ସାଙ୍ଗ, ସାଥୀ, ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ସମସ୍ତେ ତାଙ୍କ ଗ୍ରାମରେ ଉପସ୍ଥିତ ହୋଈ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ | ସେ ଜଣେ ପରୋପକାରୀ, ସମାଜସେବୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାର, ଆତ୍ମୀୟସ୍ୱଜନ ଓ ବନ୍ଧୁବର୍ଗ ଙ୍କ ସହିତ ଉପସ୍ଥିତ ବ୍ୟକ୍ରି ବିଶେଷ ମାନେ ଦୁଃଖ ପ୍ରକାଶ କରି ଥିଲେ | ପରମାତ୍ମା ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରୁନ୍ତୁ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ଏତିକି ପାର୍ଥନା କରିଥିଲେ । କୁନା ହେଉଛନ୍ତି ପୂର୍ବତନସିଏଚ ନୂଆଙ୍ଗା ସମିତି ସଭ୍ୟ, ଯୁବନେତା ତଥା ବ୍ୟବସାୟୀ ଓ ସମାଜ ସେଵୀ ନିର୍ମଳ ଚନ୍ଦ୍ର ସାହୁଙ୍କ ବଡ଼ ଭାଇ | ଏହା ସହ ତାଙ୍କର ଅନ୍ୟ ପାଞ୍ଚ ଭାଇ ଙ୍କ ମଧ୍ୟରୁ ବଡ଼ ଭାଇନା ସୋମନାଥ ସାହୁ, ଦ୍ୱତୀତ ଭାଇନା ପ୍ରଫୁଲ ସାହୁ, ତୃତୀୟଭାଇନା ଦିଲ୍ଲୀପ ସାହୁ, ଚତୁର୍ଥ ନିଜେ କୁନା ଓ ପଞ୍ଚମ ଭାଇ ନାରାୟଣ ସାହୁଓ ଭାଉଜ କୋଭିଡ ସମୟରେ ସମସ୍ତଙ୍କୁ ଛାଡ଼ି ଚାଲି ଆରପାରିକୁ ଚାଲି ଯାଇଛନ୍ତି, ପଞ୍ଚମ ଭାଇନିର୍ମଳ ଯିଏକି କୁନାଭାଇଙ୍କ ସମସ୍ତ ଦୁର୍ବଳ କାର୍ଯ୍ୟ କରିଥିଲେ ଏହାଛଡା ତାଙ୍କ ବୋଉ, ଭାଉଜ, ଭାଇବୋହୁ, ଭଉଣୀ, ଭିଣୋଇ ପୁତୁରା, ଝିଆରୀ, ଭଣଜା ସମସ୍ତେ ଉପସ୍ଥିତ ରହିଥିଲେ |




