ବାଲିଗୁଡାରେ ଗ୍ୟାସ୍‌ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ, ଚା’ ଦୋକାନ ବନ୍ଦ; ଖାଉଟି ଅସନ୍ତୁଷ୍ଟ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି । ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଉଥିବା ଜଣାପଡ଼ିଛି। ଏଥିସହ ଗ୍ୟାସ କଳାବଜାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଗୋଟେ ସିଲିଣ୍ଡରକୁ ୧୭ ଶହ ଟଙ୍କାରୁ ୨ ହଜାର ଟଙ୍କାରେ କିଣୁଛନ୍ତି ଲୋକେ। ଅନ୍ୟପଟେ ଏହି ଜାଳେଣି ଗ୍ୟାସ ମିଳୁ ନ ଥବା ଯୋଗୁଁ ସହରର ଅଧାରୁ ଅଧିକ ଫାଷ୍ଟଫୁଡ୍‌ ଦୋକାନ ଓ ହୋଟେଲ, ଚା ‘ ଦୋକାନ ଆଦି ବନ୍ଦ ରହୁଥିବା ଦେଖିବାକୁ ମିଳିଛି। ଜଣେ ହିତାଧିକାରୀଙ୍କୁ ଗୋଟେ ଖାତା ପିଛା ୨୫ ଦିନ ବ୍ୟବଧାନରେ ଗୋଟିଏ ମାତ୍ର ସିଲିଣ୍ଡର ମିଳବ ବୋଲି ସରକାର ଘୋଷଣା କରିଥିବାରୁ ଖାଉଟି ମହଲରେ ଭାଳେଣି ପଡ଼ିଲାଣି l ଏଥି ପ୍ରତି ଯୋଗାଣ ବିଭାଗ ଦୃଷ୍ଟି ଦେବାକୁ ଦାବୀ ହୋଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.