ଲାଖପଦରରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଲାଖପଦର ଗାଁରେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ପୋଖରୀରୁ କଳସିରେ ଜଳ ନେଇ ଗ୍ରାମର ମହିଳାମାନେ ନାମଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ମୁରଳି ନାଏକ ଓ ତାଙ୍କ ଧର୍ମପତ୍ନୀ ଛାୟା ନାଏକ ଏହି ନାମଯଜ୍ଞର କର୍ତ୍ତା ରହିଥିବାବେଳେ ବନମାଳୀ ପାଢ଼ୀ ଓ ତାଙ୍କ ସହଯୋଗୀ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି। ଶନିବାର ସକାଳ ୮ ଘଣ୍ଟା ସମୟରେ ନାମାରମ୍ଭ ହୋଇ ଶନିବାର ଓ ରବିବାର ଦିବାରାତ୍ରି ଚାଲିବ ଏବଂ ସୋମବାର ସକାଳ ୮ଘଣ୍ଟା ସମୟରେ ପୂର୍ଣ୍ଣାହୁତି ସହ ସମାପନ ହେବବୋଲି ସୂଚନା ରହିଛି। ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ବିଭୁ କୃପା ଲାଭ କରିବାକୁ ଲାଖପଦର ଗ୍ରାମବାସୀ, ନାମଯଜ୍ଞ କମିଟିର ସଭାପତି ଜନକ ନାଏକ, ଉପସଭାପତି ଯଦୁମଣି ସାହୁ, ସାଧାରଣ ସମ୍ପାଦକ ବୈଶାଖୁ ଗହିର ଓ ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟବୃନ୍ଦ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.