ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଣ୍ଡେଲ ସ୍ଥିତ ନର୍ଲା ବ୍ଲକ ଯାଦବ ଭବନଠାରେ ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅନୁଷ୍ଠିତ ହେବ। ମାର୍ଚ୍ଚ ୨୮ରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କର୍ମକର୍ତ୍ତା ନିର୍ବାଚନ ହେବାକୁ ଥିବାବେଳେ ୨୯ରେ ନବମ ଯାଦବ ମହାସଭା ଅନୁଷ୍ଠିତ ହେବବୋଲି କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟିର ସାଧାରଣ ସମ୍ପାଦକ ତ୍ରିପୁରା ନାଏକ ସୂଚନା ଦେଇଛନ୍ତି। ଶୁକ୍ରବାର ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଗଉଡ, ସହକାରୀ ନିର୍ବାଚନ ଅଧିକାରୀ ପିତବାସ ବେହେରା, ସହାୟକ ଟିମ୍ ଡିଲେଶ କୁମାର ନାଗ, ଦୁର୍ଯ୍ୟୋଧନ ବାଗ, ତ୍ରିଲକ୍ଷ ନାଏକ, ଭକ୍ତ ଗହିର ପ୍ରମୁଖ ପ୍ରାର୍ଥୀପତ୍ର ଗ୍ରହଣ କରିବାସହ ପ୍ରଥମ ପର୍ଯ୍ୟାୟର ଆନୁସଙ୍ଗିକ ପ୍ରକ୍ରିୟା ସଂପାଦନ କରିଥିଲେ। ଜିଲ୍ଲା ସଭାପତି ପଦବୀ ପାଇଁ ଅରୁପାନନ୍ଦ ନାଗ, ଗୋବିନ୍ଦ ବନଛୋର, ଧବଳେଶ୍ୱର ବାଗ ଓ ନୃପରାଜ ଯାଦବ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସାଧାରଣ ସମ୍ପାଦକ ଭାବେ କିର୍ତ୍ତନ ନାଏକ, ପତିରାମ ହଂସ, ତ୍ରିପୁରା ନାଏକ ଓ ସତ୍ୟ ନାରାୟଣ ବିଶି, ଉପସଭାପତି ପଦବୀ ପାଇଁ ଅନିରୁଦ୍ଧ ଲହଜଲ, ଅଲେଖ ଚନ୍ଦ୍ର ଗୋପାଳ, କମଳ ବାଗ, ଜଗଦୀଶ ଯାଦବ, ଯୁଧିଷ୍ଠିର ଗଉଡ, ଲିଙ୍ଗରାଜ ଗହିର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେହିପରି ଭାବେ ଯୁଗ୍ମ ସମ୍ପାଦକ ଭାବେ ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ଡମ୍ବରୁଧର ଖର୍ସେଲ, ପୂର୍ଣ୍ଣଚନ୍ଦ୍ର ଗଉଡ ଓ ବିଶ୍ବରଞ୍ଜନ ଧଙ୍ଗଡାମାଝୀ ଏବଂ କୋଷାଧ୍ୟକ୍ଷ ଭାବେ ଅର୍ଜନ ଭାଟି ନିର୍ବାଚିତ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଗଉଡ ପ୍ରକାଶ କରିଛନ୍ତି। ଶନିବାର କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କର୍ମକର୍ତ୍ତା ନିର୍ବାଚନ ଏବଂ ଘୋଷଣା ହେବବୋଲି ଜଣାପଡ଼ିଛି। ତେବେ ନୂତନ କର୍ମକର୍ତ୍ତା ନିର୍ବାଚନ ଏବଂ ମହାସଭାକୁ ନେଇ ଜିଲ୍ଲାର ଯାଦବ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବାବେଳେ ନର୍ଲା ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ଦୁଲ୍ଲଭ ମାହାର, ମାର୍କଣ୍ଡ ଜାଲ, ସୁନୀଲ କୁମାର ଧଙ୍ଗଡାମାଝୀ, ବ୍ଲକ ସାଧାରଣ ସମ୍ପାଦକ ମଧୁସୂଦନ ରାଉତ, ଯୁଗ୍ମ ସମ୍ପାଦକ ଅଜିତ କରୁଆଁ, କୋଷାଧ୍ୟକ୍ଷ ଗିରିଧାରୀ ଗଉଡ, ନର୍ଲା ଆଞ୍ଚଳିକ ଯାଦବ ସମିତି ସଭାପତି ସୁଧୀର ନାଏକ, ବରିଷ୍ଠ ଯାଦବ ନେତୃତ୍ୱ ମୋହନ ବାଗ, ଦେବରାଜ ବଗର୍ତ୍ତୀ ଏବଂ ଜିଲ୍ଲାର ସମସ୍ତ ବ୍ଲକ, ଏନଏସି, ମ୍ୟୁନିସିପାଲଟି, ପଞ୍ଚାୟତ ଏବଂ ଗ୍ରାମ୍ୟ ଯାଦବ କମିଟିମାନେ ବିଶେଷ ସହଯୋଗ କରୁଛନ୍ତି। ଏସବୁ କାର୍ଯ୍ୟକ୍ରମରେ ଜିଲ୍ଲାର ଯାଦବମାନେ ବହୁଳ ସଂଖ୍ୟାରେ ଯୋଗଦାନ କରି ମହାସଭାକୁ ସଫଳ କରିବାକୁ ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ନିବେଦନ କରାଯାଇଛି।





