ନବଉନ୍ମେଷକାରୀ ନାଟ୍ୟକାର ଡକ୍ଟର ଦିଲ୍ଲୀପ ରଥଙ୍କ ଦୁଇଟି ନାଟକ ପୁସ୍ତକ ହେଲା ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଶ୍ୱ ନାଟ୍ୟଦିବସ ଅବସରରେ ‘ଚନ୍ଦ୍ରଭାଗା’ ଓ ‘ସହଯୋଗ’ ଅନୁଷ୍ଠାନ ପକ୍ଷରୁ ନାଟ୍ୟକାର ଡକ୍ଟର ଦିଲ୍ଲୀପ ରଥଙ୍କ ‘ଶ୍ରାବଣୀ ନଈ’ ଏବଂ ‘ଚହଲା ପାଣିର କଇଁ’ ଶୀର୍ଷକ ଦୁଇଟି ନାଟକ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ସ୍ଥାନୀୟ ଷ୍ଟେସନ୍ କ୍ଲବ୍ ପରିସରରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ନାଟକ ପୁସ୍ତକ ଦୁଇଟିକୁ ନେଇ ଏକ କଥୋପକଥନ ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଯୋଗ ଦେଇ ପୁସ୍ତକଦ୍ଵୟକୁ ଉନ୍ମୋଚନ କରିଥିଲେ। ନାଟକ ଭିତରେ କାବ୍ୟସ୍ୱର କାରୁକାର୍ଯ୍ୟ ମନ୍ତ୍ରମୁଗ୍ଧ କରିଥାଏ। ତେଣୁ ଡକ୍ଟର ରଥଙ୍କ ବଳିଷ୍ଠ ନାଟ୍ୟକାର ସ୍ୱପ୍ନ ସାକାର ହୋଇପାରିଛି ବୋଲି ସେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥ୍ ଡକ୍ଟର ରାଖାଲ ଚନ୍ଦ୍ର ଘଡ଼ାଇ, ଡକ୍ଟର ଭାଗବତ ପ୍ରସାଦ ଦାସ, ଡକ୍ଟର ରମାକାନ୍ତ ନାୟକ ଓ ନାଟ୍ୟ ଗବେଷକ କୈଳାସ ଦାସ ଯୋଗ ଦେଇ ନିଜ ନିଜର ଅଭିବ୍ୟକ୍ତି ରଖିଥିଲେ। ପ୍ରାରମ୍ଭରେ କବି ସିତାଂଶୁ ଲେଙ୍କା ନାଟକ ଓ କବିତା ସଂପର୍କରେ ବକ୍ତବ୍ୟ ରଖୁଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରାମଚନ୍ଦ୍ର ସାହୁ, ସୁଶାନ୍ତ ଦାସ, ଇଂ. ଶ୍ରୀତମ ସିଂହ, ଶରତ ବାରିକ ଓ ରମେଶ ଚନ୍ଦ୍ର ବେହେରା ସହ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ନାଟ୍ୟପ୍ରେମୀ ଉପସ୍ଥିତ ଥିଲେ। ‘ଚନ୍ଦ୍ରଭାଗା’ର ସଂସ୍ଥାପକ କବି ଶ୍ରୀଦେବ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶେଷରେ ଇପ୍‌ସିତ ପ୍ରୟାସ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.