ଆଦିବାସୀ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ ସଂଘ ପକ୍ଷରୁ ସାହିତ୍ୟିକ ହେମନ୍ତ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମ.ରାମପୁର ଚାରି ଛକ ନିକଟରେ ଥିବା ଆଦିବାସୀ ସଂସ୍କୃତି ଭବନରେ ଓଡ଼ିଶାର ତିରିଶ ଜିଲ୍ଲାକୁ ବାଇକ୍ ଯୋଗେ ଏକ ମାସ ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନ ସାରି ଫେରିଥିବା ହେମନ୍ତ ସାହୁଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଆଦିବାସୀ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଓ ଆଦିବାସୀ ସଂଘ କର୍ମକର୍ତ୍ତା ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀ ସାହୁଙ୍କୁ ଉସ୍ଵଚ୍ଛିତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଶ୍ରୀ ସାହୁ ଦୀର୍ଘ ଏକ ମାସ ଧରି ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନ ବିଷୟ ରେ ନିଜର ଅନୁଭବ ଓ ଅନୁଭୁତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପୂର୍ବତନ ପୁଲିସ ଅଧିକାରୀ ବୈଦ୍ୟ ନାରାୟଣ ଭୋଇ, ମ.ରାମପୁର ଆଦିବାସୀ ସଂଘ ସଭାପତି ରାଜୁ ମାଝୀ, କମିଟି ସମ୍ପାଦକ ରୋହିତ ଭୋଇ, ଶିକ୍ଷକ ବରୁଣ ପୁଟା, ଶିକ୍ଷକ ଗୌତମ ପାତ୍ର, ଧୋବା ପନ୍ଦର, ସମାଜ କର୍ମୀ ଶୁକଦେବ ସାହୁ , ପାଟ ଦେଓ ମୁଖ୍ୟ ପୂଜକ ଯୁଗେଶ୍ୱର ମାଝୀ, ନୀଳ ମାଧବ ମାଝୀ, ସିଲି ମାଝୀ, ପ୍ରମୁଖ ଉପସ୍ଥିତ ରହି ଏଭଳି ଏକ ଅଭିଯାନ ଆରମ୍ଭ କରି ସେ ଓଡ଼ିଶାର ସାହିତ୍ୟକୁ ସାରସ୍ଵତ ସମ୍ପର୍କ ସୂତ୍ରେ ବନ୍ଧିବାରେ ସଫଳ ହୋଇ କଳାହାଣ୍ଡି ପାଇଁ ଗର୍ବ ଆଣିଛନ୍ତି ବୋଲି ନିଜ ନିଜ ମତ ପ୍ରକାଶ କରିଥିଲେ। ଶିକ୍ଷକ ଶଶିକାନ୍ତ ମାଝୀ ସ୍ବାଗତ ଅଭିଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମ.ରାମପୁର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ପଚାଶରୁ ଉର୍ଦ୍ଧ୍ବ ଆଦିବାସୀ ସଂଘ କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.