ଓଡ଼ିଆ ବାର୍ତ୍ତା/ ଧର୍ମଗଡ: ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଲୟରେ ଓଡ଼ିଶା ସରକାରଙ୍କ ଉଚ୍ଚ ବିଭାଗ ତରଫରୁ ନୂତନ ଉଦ୍ୟୋଗ କର୍ମଶାଳା ଅନୁଷ୍ଠିତ ହେଇ ଯାଇଛି। ସୌନ୍ଦର୍ଯ୍ୟ ପ୍ରସାଧନ ଉଦ୍ୟୋଗ ଉପରେ କାର୍ଯ୍ୟକ୍ରମ ପର୍ଯ୍ୟାବେଷିତ ଥିଲା। ମୁଖ୍ୟ ଅତିଥି ଭାବେ ରୋଷଆଲି ବିୟୁଟି ପାର୍ଲରର ପ୍ରତିଷ୍ଠାତା ନିହାରିକା ବାଗ ଉପସ୍ଥିତ ହୋଇ ନିଜ ଗୋଡରେ ନିଜେ ଠିଆ ହେଲେ ମୁଁହ ଉଠାଇ ସମାଜରେ ଚାଲି ହୁଏ ବୋଲି ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡା ମଧ୍ୟ ନିଶ୍ଚିତ ଭାବେ ଇଏ ସରକାରଙ୍କ ଏକ ଉତ୍ତମ ପଦକ୍ଷେପ ବୋଲି ପଣ୍ଡା ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗ ମୁଖ୍ୟ ଜୟନ୍ତୀ କୁମାରୀ ମୁଦୁଲି, ଇଂରାଜୀ ବିଭାଗ ମୁଖ୍ୟ ସରୋଜ କୁମାର ମେହେର, ଶିକ୍ଷା ବିଭାଗର ମୁଖ୍ୟ ସୁଜାତା ମହାନ୍ତି, ଗୃହ ବିଜ୍ଞାନର ଅଧ୍ୟାପିକା ଅର୍ଚ୍ଚନା ଗୁଛି, ଇତିହାସ ବିଭାଗର ମୁଖ୍ୟ ପଦ୍ମାଳୟା ଦଣ୍ଡସେନା ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଅଧ୍ୟାପିକା ଝରଣା ପଧାନୀ, ସନ୍ଧ୍ୟା ବାରିକ, କୁମୁଦିନୀ ନାଏକ, ଲୁସି ଗଉଡ ଉପସ୍ଥିତ ଥିଲେ। ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ ଓଡ଼ିଆ ଅଧ୍ୟାପକ ଜୟଦ୍ରଥ ସୁନା।





