ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଉପରେ ୧୨୦ ଜଣ ସ୍ୱେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ନିର୍ବାଚନ ଅଧିକାରୀ ବିପିନ ବିହାରୀ ଦୀପ ଉପସ୍ଥିତ ରହି ଶିବିରଟିକୁ ଉଦ୍ଘାଟନ କରିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ରେ ସ୍ୱେଚ୍ଛାସେବୀ ମାନଙ୍କ ଭୁମିକା କଣ ରହିବ ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ନର୍ଲା ବ୍ଲକ ଅଧିନସ୍ଥ ଅଙ୍ଗନୱାଡି, ଆଶା କର୍ମୀ ଓଅଳ୍ପ କେଇଜଣ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଭଳି ୧୨୦ ଗୋଟି ବୁଥ ଅଞ୍ଚଳ ପାଇଁ ୧୨୦ ଜଣ ସ୍ୱେଚ୍ଛାସେଭୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏଥିରେ ଭୋଟର ଲିଷ୍ଟ ସଂଶୋଧନ, ମେପିଂ ପ୍ରଭୃତି କାର୍ଯ୍ୟ ବିଏଲଓ ମାନେ କରିବେ. ହେଲେ ଏହି ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବୀ ମାନେ ବିଏଲଓ ମାନଙ୍କୁ ସହ ଯୋଗ କରିବେ ବୋଲି ନର୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦୀପ ସୂଚନା ପ୍ରଦାନ କରିଛନ୍ତି । ଏହି ଦିନିକିଆ ତାଲିମ ଶିବରରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ନର୍ଲା ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ଯଦୁମଣି ନାଏକ, ପୂର୍ବତନ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବି ନାଏକ ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।





