ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ସ୍ଥିତ ପୋଖରୀବନ୍ଧ ଗାଁରେ ମାଁ ବୁଢୀ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାଁ ହିରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ରମେଶ ସାହୁ ଯୋଗଦେଇ ନୃତ୍ୟ ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ବକଟପୁର ଗାଁ ଗୌନ୍ତିଆ ବିକ୍ରମାଦିତ୍ୟ ବାରିକ, ସମାଜସେବି କର୍ଣ୍ଣ ମାଝୀ, ପୋଖରବନ୍ଧ ଗାଁ ଗୌନ୍ତିଆ ଭାଗିରଥୀ ବାଣୁଆ, ସମାଜସେବୀ ସନାତନ ବିଶି, ତିରୁପତି ପାତ୍ର, କାର୍ତ୍ତିକ ବାଣୁଆ, ପରମା ପଧାନୀ କୁଳମଣୀ ବାଣୁଆ, ଭବାନୀଶଙ୍କର ବାଣୁଆ ପ୍ରମୁଖ ଉପସ୍ଥିତ ରହି ନୃତ୍ଯ ପ୍ରତିଯୋଗିଙ୍କୁ ଉତ୍ସାହିତ କରିବା ସହ କୃତୀ ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା ଶଙ୍କର ପ୍ରଧାନୀ କରିଥିବା ବେଳେ ଉଗ୍ରସେନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପଖୋରୀବନ୍ଧର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।





