ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ସ୍ଥିତ ତ୍ରିଲୋଚନପୁର ଉଚ୍ଚ ବିଦ୍ୟାଳୟ ଠାରେ ତ୍ରିଲୋଚନପୁର ସିଆରପିଏଫ ୧୨ ବାଟାଲିଆନ ପକ୍ଷରୁ ସିଭିକ୍ ଆକ୍ସନ ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ କମାଡେଣ୍ଟ୍ ନନ୍ଦ କିଶୋର କୁମାର ପ୍ରସାଦ ଯୋଗଦେଇ ଅଞ୍ଚଳବାସୀଙ୍କ ଦୁଃଖଶୁଖରେ ସାଥୀହୋଇ ତାଙ୍କର ସୁରକ୍ଷା ଦିଗରେ ସର୍ବଦା ସହଯୋଗର ହାତ ବଢ଼ାଇବା ପାଇଁ ଯବାନମାନେ ସବୁବେଳେ ତତ୍ପର ବୋଲି ପ୍ରକାଶ କରିଥିଲେ।ସମ୍ମାନୀତ ଅତିଥି ଭାବେ ତ୍ରିଲୋଚନପୁର ସରପଞ୍ଚ ସୋନାଲି ମାଝୀ, ସମିତି ସଭ୍ୟା ସୁଦସା ପଟ୍ଟନାୟକ, ନାଏବ ସରପଞ୍ଚ ତରଣୀ ସେନ ବାଗ, ତ୍ରିଲୋଚନପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ତ୍ରିଲୋଚନପୁର ପଞ୍ଚାୟତ ଅଞ୍ଚଳର ପୁଲଡୁମେର, ପାଲବେରୀ, କୁନ୍ନାକାଡୁ, ଆମ୍ବଗୁଡା, ଗନ୍ଧନୀ, ଓଲ ବାହିଲି, ତ୍ରିଲୋଚନପୁର, ଖେମୁଣ୍ଡିପଦର, ଆମଠାପଦର, ଶ୍ୟାମସୁନ୍ଦର ପୁର, ବେଲଗୁଡା ଗ୍ରାମର ଲୋକେ ଉପସ୍ଥିତ ଥିଲେ। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଛତୁ ଚାଷ ଉପକରଣ, ମହୁ ଚାଷ ଉପକରଣ, ଧୁପକାଠି ପ୍ରସ୍ତୁତ ମେସିନ ଓ ଟେଲର ମସିନ ବଣ୍ଟନ କରାଯାଇଥିଲା। ଗୋଇପଟା ସିଆରପିଏଫ ୧୨ ବାଟାଲିଆନର ଇନ୍ସପେକ୍ଟର ମକା ରାଜେସ, ଇନ୍ସପେକ୍ଟର ପ୍ରଦୀପ କୁମାର ସାହୁ ସହିତ ସମସ୍ତ ଯବାନ ସହଯୋଗ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ଏହି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଅଞ୍ଚଳର ଲୋକମାନଙ୍କ ଭୟକୁ ଦୂର କରିବା ସହିତ ଲୋକଙ୍କ ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ଉପରେ ଏକ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ବଢାଇବେ ବୋଲି ଆଶାବ୍ୟକ୍ତ କରି ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ସିଆରପିଏଫ୍ କମାଡେଣ୍ଟ୍ ନନ୍ଦ କିଶୋର କୁମାର ପ୍ରସାଦ।





