ରାୟଗଡ,୨୮/୮ : ଆସୁଛି ପାର୍ବଣର ଋତୁ । ଆସନ୍ତା ସେପ୍ଟେମର ଦୁଇ ତାରିଖରେ ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ପୂଜା ଅନୁଷ୍ଠିତ ହୋଇ ଗୋଟିଏ ପରେ ଗୋଟିଏ ଦେବାଦେବୀଙ୍କ ପୂଜା ଅନୁଷ୍ଠିତ ହେବ । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅର୍ନ୍ତଗତ ଜେକେପୁରର ଜେକେ କାଗଜ କଳର ଶାରଦୀୟ ଦୁର୍ଗା ପୂଜା-୨୦୧୯ ପାଳନ ନିମନ୍ତେ ପୂଜା କମିଟି ପକ୍ଷରୁ ବୈଠକ ଶେଷ ହୋଇଯାଇଛି ।

ଏହି ଉପଲକ୍ଷେ ଜେକେ କାଗଜ କଳ ଦୁର୍ଗା ପୂଜା କମିଟି ଆନୁକୂଲ୍ୟରେ ବୁଧବାର ଅଗଷ୍ଟ ୨୮ତାରିଖରେ ପୁରୋହିତଙ୍କ ଦ୍ୱାରା ପ୍ରଦତ ସମୟ ପୂର୍ବାହ୍ନ ସାଢେ ୯ଟା ସମୟରେ ପୂଜା କମିିଟିର ସଂପାଦକ ତଥା ଏଚ ଏଣ୍ଡ ଆଇ ଆର ବିଭାଗର ଜେନେରାଲ ମ୍ୟାନେଜର ସୁନଦୀପ ପାଣ୍ଡେଙ୍କ କରକମଳରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜେକେ କାଗଜ କଳର ମଙ୍ଗଳ ବିଭାଗର ମୁଖ୍ୟ ପ୍ରବନ୍ଧକ ରଞ୍ଜିତ ଦାସଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଉତ୍ପାଦ ବିଭାଗର ଉପସଭାପତି ବିନୟ ଦ୍ୱିବେଦୀ, ବାଣିଜ୍ୟ ବିଭାଗର ଉପସଭାପତି ବିଶ୍ୱଜିତ ଦ୍ୱିବେଦୀ ପ୍ରମୁଖ ବିରଷ୍ଠ ଅଧିକାରୀଗଣ ଉପସ୍ଥିତ ରହିଥିଲେ ।






