ଟିଙ୍ଗିପଦର ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି,୨୯/୮ : ବିଶ୍ବ ତାପନକୁ ପ୍ରତିହତ କରିବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ହେଲେ ଆମକୁ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ରୋପଣ କରିବା ସହ ଗଛର ଜତ୍ନ ନେବାକୁ ହେବ । ବୃକ୍ଷ ରୋପଣ ପାଇଁ ଏହା ପ୍ରକୃଷ୍ଠ ସମୟ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସବୁ ଆୟୋଜିତ ହୋଇ ଆସୁଛି । ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନ ଟିଙ୍ଗିପଦର ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଦିନ ସାଧାରଣ ସଭା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜନ୍ମେଜୟ ସାହୁଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ସହଦେବ ଦାସ, ସମ୍ମାନୀତ ଅତିଥି ଭାବେ ଖଲିଆପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆରସିସି) ଶ୍ରୀଯୁକ୍ତ ନରେଶ କୁମାର ଭୋଇ, ମେମ୍ବର ଦୀନ ବାଗ ପ୍ରମୂଖ ଯୋଗ ଦେଇ ଥିଲେ।

ପ୍ରଧାନ ଶିକ୍ଷକ ବୃକ୍ଷର ଅମୂଲ୍ୟ ଗୁଣ ଓ ଉପକାରିତା ବିଷୟରେ ଆଲୋକପାତ କରିବା ସହ ଚାରା ରୋପଣ କରିବା ନିମନ୍ତେ ଛାତ୍ର ଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ । ସାଧାରଣ ସଭା ଶେଷ ହେଲା ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସହଦେବ ଦାସଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ପ୍ରଥମ ବୃକ୍ଷ ରୋପଣର ଶୁଭାରମ୍ଭ କରି ସମ୍ମାନୀତ ଅତିଥି, ପ୍ରଧାନ ଶିକ୍ଷକ, ସହ ଶିକ୍ଷକ ଓ ଗ୍ରାମର ଭଦ୍ର ବ୍ୟକ୍ତିମାନଙ୍କ ଦ୍ବାରା ଜଣେ ପରେ ଜଣେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା।

ବିଭିନ୍ନ ପ୍ରଜାତି ମଧ୍ୟରେ ସାଗୁଆନ, କୃଷ୍ଣ ଚୂଡା, ପଣସ  ଭଳି ବିଭିନ୍ନ ଗଛ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଓ ଅତିଥି ମାନଙ୍କ ସହ ସହକାରୀ ଶିକ୍ଷକ ହୃଷିକେଶ ବାଗ, ସ୍ବେଚ୍ଛାସେବୀ ଶିକ୍ଷକ ଡମ୍ବରୁଧର ମାଝୀ ଓ ଗ୍ରାମର ଭଦ୍ରବ୍ୟକ୍ତି ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.