ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜନଗଣନା ୨୦୨୭ ପାଇଁ ପ୍ରସ୍ତୁତି ସମ୍ପର୍କରେ ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ସମସ୍ତ ଜିଲ୍ଲାବାସୀଙ୍କୁ ସ୍ୱୟଂକ୍ରିୟ ଗଣନା (Self Enumeration) ପୋର୍ଟାଲରେ ନିଜର ସଠିକ ତଥ୍ୟ ପ୍ରଦାନ କରିବା ପାଇଁ ଆଜି ନିବେଦନ କରିଛନ୍ତି। ଏହି ସ୍ୱୟଂକ୍ରିୟ ଜନଗଣନା ପ୍ରକ୍ରିୟା ଅପ୍ରେଲ ୧ ରୁ ଅପ୍ରେଲ ୧୫ ମଧ୍ୟରାତ୍ର ପର୍ଯ୍ୟନ୍ତ se.census.gov.in ପୋର୍ଟାଲରେ ଉପଲବ୍ଧ ରହିବ। ଜିଲ୍ଲାବାସୀ ନିଜ ଘରେ ବସି ସହଜରେ ଏହି ପୋର୍ଟାଲ ମାଧ୍ୟମରେ ପରିବାର ସମ୍ବନ୍ଧୀୟ ତଥ୍ୟ ଅନଲାଇନରେ ଭରି ପାରିବେ।ଜନଗଣନା ଭାରତର ଉନ୍ନତି ଓ ଯୋଜନାମୂଳକ ପ୍ରଗତି ପାଇଁ ଏକ ଅତ୍ୟନ୍ତ ମୂଲ୍ୟବାନ ଏବଂ ଆବଶ୍ୟକ ପ୍ରକ୍ରିୟା। ଏହା ଦ୍ୱାରା ସରକାର ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରିପାରେ ଏବଂ ସାମାଜିକ ଓ ଅର୍ଥନୈତିକ ବିକାଶକୁ ଦ୍ରୁତ କରିପାରେ। ଏହି ପରିପ୍ରେକ୍ଷୀରେ, ସମସ୍ତ ଜିଲ୍ଲାବାସୀ ଏହି ସ୍ୱୟଂକ୍ରିୟ ଗଣନା ପୋର୍ଟାଲର ସୁବିଧା ନେଇ ନିଜର ସଠିକ ତଥ୍ୟ ଦାଖଲ କରି ଜନଗଣନା ୨୦୨୭କୁ ସଫଳ କରିବାରେ ସହଯୋଗ କରନ୍ତୁ। ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି।





