ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ଧର୍ମଗଡ଼ ବ୍ଲକ ବେହେରା ଜୟନ୍ତପୁର ଧଅଁରପୁର କଦଳୀ ମୁଣ୍ଡା ଗ୍ରାମ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମପଞ୍ଚାୟତ ସ୍ତରୀୟ ନିର୍ବାଚନ ରଣନୀତି ଉପରେ ଆଲୋଚନା କରିଥିଲେ ଧର୍ମଗଡ଼ ବ୍ଲକ ବିଜେଡି ସଭାପତି ଡାକେ ଲହଜଲ। ଏଥିରେ ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ତିୱାରୀ, ଲବଣୀ ଯାଦବ, ମହିଳା ସଭାନେତ୍ରୀ ମମତା ଗୋପାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ, ଗୌର ବାଗ, ରତନ ନାଏକ, ମଣ୍ଟୁ ଅଗ୍ରୱାଲ, ପୂର୍ବତନ ସରପଞ୍ଚ ସୁଚିତ୍ରା ଗୋପାଳ, ନିର୍ମଳ ଗୋପାଳ, ଟଙ୍କଧର ନାଏକ, ନବ କିଶୋର ମେହେର ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ ହୋଇ ଆଲୋଚନାରେ।





