ଲାଞ୍ଜିଗଡ଼,୨୯/୮ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସିକେରକୁପା ସ୍ଥିତ ସିଆରପିଏଫ କ୍ୟାମ୍ପ୍ ୬୪ ବାଟାଲିୟନ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କମାଣ୍ଡାଣ୍ଟ ବିପ୍ଲବ ସରକାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ବିଡିଓ ମୁନୀନ୍ଦ୍ର ହୋନ୍ନାଗା, ଏବିଡିଓ ବିଭୁତିଭୂଷଣ ଶତପଥି, ଲାଞ୍ଜିଗଡ ରୋଡ ସରପଞ୍ଚ ଟଙ୍କଧର ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ଯୋଜନା ସଂପର୍କରେ ସୂଚନା ପ୍ରଦାନ ସହ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟରେ ଜନଭାଗିଦାରିତା ଉପରେ ଅତିଥିମାନେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ । ସେହିପରି ଅଞ୍ଚଳର ଜନସାଧାରଣ କୌଣସି ଅସାମାଜିକ ତତ୍ତ୍ୱ ଦ୍ୱାରା ପ୍ରଭାବିତ ନହୋଇ ନିଜ କାର୍ଯ୍ୟପନ୍ଥା ସ୍ଥିର କରିବା ସହ ସରକାର ଓ ପ୍ରଶାସନକୁ ବିଶ୍ୱାସକୁ ନେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଏଥିରେ ସଚେତନତା ସଂପର୍କିତ ଅନେକ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସିଆର୍ପିଏଫ୍ ୬୪ ବାଟାଲିୟନ ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗାର ମିଳିତ ଆୟୋଜନରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ରୋଡ, ସିକେରକୁପା, କିଡିଙ୍ଗ, କାଉଗୁଡା, ମାହେଶ୍ୱରିପୁର, ଦୁର୍ଭଟା, ମାଣିବନ୍ଧା, କାଞ୍ଚଲି ଆଦି ଗାଁର ଚାରିହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ମହିଳା, ପୁରୁଷ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ସିକେରକୁପା କ୍ୟାମ୍ପ୍ ମୁଖ୍ୟ ଗୁଣନିଧି ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ୟାମ୍ପ୍ ର ସମସ୍ତ ଜବାନ ସହଯୋଗ କରିଥିବାବେଳେ ସିକେରକୁପା ଫାଣ୍ଡି ଅଧିକାରୀ ବିଜୁରାମ ବାଗଙ୍କ ସମେତ ସ୍ଥାନୀୟ ପୁଲିସ ମଧ୍ୟ ଶିବିର ଆୟୋଜନରେ ସହଯୋଗ କରିଥିଲେ । ସିଆରପିଏଫ ଯବାନଙ୍କ ଦ୍ବାରା ଏପରି ସଚେତନତା କାର୍ଯ୍ୟକ୍ରମକୁ ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି ।
ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇