ସୁବର୍ଣ୍ଣଗ୍ରାହୀ ବୈଶ୍ୟ ଶୁଣ୍ଢୀ ସମାଜର ମହାସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ସୁବର୍ଣ୍ଣଗ୍ରାହୀ ବୈଶ୍ୟ ଶୁଣ୍ଢୀ ସମାଜ ଆମାଠୋଲା ଅଞ୍ଚଳ ଗୋଲାମୁଣ୍ଡା ବ୍ଲକ କର୍ମାଟ ଗ୍ରାମରେ କଳାହାଣ୍ଡି, ବରଗଡ, କନ୍ଧମାଳ, ରାୟଗଡା, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ସମସ୍ତ ଶୁଣ୍ଢୀ ସମାଜ ପରିବାର ମିଳିତ ଉଦ୍ୟମରେ ମହାସଭା ଗତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଉକ୍ତ ମହାସଭାରେ ମୁଖ୍ୟ ଅତିଥି ଭାବେ ମୋହନଗିରି ଅଞ୍ଚଳର ପୂର୍ବତନ ସମ୍ପାଦକ ଝାରୁ ବେହେରା, ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳର ଯୁବରାଜ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଅମାଠୋଲା ଅଞ୍ଚଳର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋହନଗିରି ଅଞ୍ଚଳ ସଭାପତି ମକାରଧ୍ଵଜ ବେହେରା, ସମ୍ପାଦକ ଲଷ୍ମୀକାନ୍ତ ବେହେରା, ଲାଞ୍ଜିଗଡ ଅଞ୍ଚଳ ସଭାପତି ଦେବାର୍ଚନ ବେହେରା, ସମ୍ପାଦକ ରାମପ୍ରସାଦ ବେହେରା, ବିଶ୍ୱନାଥପୁର ଅଞ୍ଚଳ ସଭାପତି ଗଜେନ୍ଦ୍ର ସାହୁ, ସମ୍ପାଦକ ମକାରୁ ବେହେରା, ଖପ୍ରାଖୋଲ ଅଞ୍ଚଳ ସଭାପତି ଯୁବରାଜ ବେହେରା, ସମ୍ପାଦକ ଜଳନ୍ଧର ବେହେରା, କଣ୍ଟାବାଞ୍ଜି ଅଞ୍ଚଳ ସଭାପତି ଗଜେନ୍ଦ୍ର ବେହେରା, ଚାନ୍ଦୋତାର ସମ୍ପାଦକ ନୟନ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ଶୁଣ୍ଢୀ ସମାଜ ନୀତି ନିୟମ ପରିଵର୍ତନ, କାର୍ଯ୍ୟପନ୍ଥା ଅନୁସରଣ, ବିଭିନ୍ନ କାର୍ଯ୍ୟଖସଡ଼ା ପ୍ରସ୍ତୁତ ସହିତ ସମାଜ ଉନ୍ନତି ମାର୍ଗ ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ଏହି ମହାସଭାରେ ଅନନ୍ତ ରାମ ବେହେରା, କଳ୍ପେଶ୍ୱର ବେହେରା, ସୁଦର୍ଶନ ବେହେରା, ବିରଞ୍ଚି ବେହେରା, ଗୋକୁଳ ବେହେରା, ସୁରେନ୍ଦ୍ର ବେହେରା, ଭବାନୀ ବେହେରା ପ୍ରମୁଖ ସହଯୋଗ କରିଥିଵା ବେଳେ ଉପଦେଷ୍ଟା ସଦସ୍ୟ ଦୈତାରୀ ଚଲାନ, ଜେନାମଣି ବେହେରା, ସୁଦର୍ଶନ ବେହେରା, ହେମାଳ ବେହେରା, ଚୂଡ଼ାମଣି ବେହେରା ଯୋଗଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ସମ୍ପାଦକ ଘନଶ୍ୟାମ ବେହେରା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.