ଡାକ୍ତର ଓ ନର୍ସଙ୍କ ଚିକିତ୍ସା ଅବହେଳାରୁ ୫ବର୍ଷର ଶିଶୁ ମୃତ୍ୟୁ ଅଭିଯୋଗ

ସାପ କାମୁଡିବାରୁ ଭର୍ତି ହୋଇଥିଲେ ଚିକିତ୍ସାଳୟରେ

Omkar Vasthu
Omkar Vasthu

ଶିଶୁର ମୃତଦେହକୁ କାନ୍ଧରେ ବୋହି ଚାଲି ଯାଉଥିଲେ ବାପା’ମା

Pearl dental clinic
Near Ashish Medical Store, Bhawanipatna

ରାୟଗଡ,୨୯/୮ : ଚିକିତ୍ସାରେ ଅବହେଳା ଅଭିଯୋଗକୁ ନେଇ ବାପା ଓ ମା ନିଜ ୫ବର୍ଷ ପୁଅର ମୃତ ଦେହକୁ କାନ୍ଧରେ ବୋହି ନିଜ ଘରକୁ ଚାଲି ଯାଉଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ । ତେବେ ଘଟଣା ସମ୍ବନ୍ଧରେ ରାୟଗଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପଂହଚି ମୃତକ ଶିଶୁର ବାପା ଓ ମାଁଙ୍କୁ ବୁଝାସୁଝା କରିବା ପରେ ପୁଣି ଥରେ ସେମାନେ ଚିକିତ୍ସାଳୟକୁ ଫେରିଥିଲେ । କିନ୍ତୁ ସାପ କାମୁଡାରେ ପୀଡିତ ହୋଇଥିବା ୫ବର୍ଷ ଶିଶୁର ଚିକିତ୍ସା କରିଥିବା ଡାକ୍ତରଙ୍କ ଦାୟିତ୍ୱହୀନତା, ଅବହେଳା ଯୋଗୁଁ ବଂଚିବା ପିଲାଟିକୁ ମାରିଦେଲେ ବୋଲି ବାପା ଅଭିଯୋଗ କରି ଥାନାରେ ଓ ଚିକିତ୍ସାଳୟରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

Udyog Nursery
Udyogi Nursery

ଏ ନେଇ ମିିଳିଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳା ସଦର ମହକୁମା ଠାରୁ ୫କିଲୋମିଟର ଦୂର ପୀତାମହଲ ଗ୍ରାମର ହରିଜନ ସାହିରେ ରହୁଥିବା ଜଗନ ଓ ଫୁଲମତି ଲିମାଙ୍କ ସାନପୁଅ ନରେନ୍ଦ୍ର (୫)ନିଜ ଭଉଣୀ ରୂପାଲି ସହ ଘର ବାରଣ୍ଡାରେ ପଡିଥିବା ଖଟ ଉପରେ ରହି ଗୁରୁବାର ମଧ୍ୟାହ୍ନରେ ଖେଳୁଥିବା ସମୟରେ ନରେନ୍ଦ୍ର ନିଜ ଡାହାଣ ଗୋଡଟିକୁ ତଳକୁ ରଖିଥିଲା । ତେବେ ଏକ ବିଷଧର ସାପଟି ହଠାତ୍ ନରେନ୍ଦ୍ରର ଗୋଡରେ କାମୁଡିବାରୁ ସେ ଚିତ୍କାର କରିଥିଲା । ଘର କାମରେ ବ୍ୟସ୍ତ ରହିଥିବା ମା ସଙ୍ଗେ ସଙ୍ଗେ ବାହାରକୁ ଆସି ସାପଟି ଯାଉଥିବା ଦେଖିଥିବା ବେଳେ ନରେନ୍ଦ୍ରର ପାଦରେ କାମୁଡିଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ନିଜ ସ୍ୱାମୀ ଜଗନଙ୍କୁ ଡାକି ୧୨ଟା ୪୫ମିନିଟ୍ ସମୟରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତି କରାଇଥିଲେ । ସେଠାରେ ଡ୍ୟୁଟିରେ ଥିବା ଶିଶୁ ବିଶେଷଜ୍ଞ ଡାକ୍ତର ଆର୍ତବନ୍ଧୁ ନାୟକ ଓ ନନ୍ଦିନି ସ୍ୱାଇଁ, କାଦମ୍ବନି ଦାଶ ଓ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ସମେତ ଅନ୍ୟ କିଛି ନର୍ସ ଚିକିତ୍ସା ପାଇଁ ପ୍ରସ୍ତୁତ କରିଥିଲେ ।

ସାପ କାମୁଡାରେ ଗୁରୁତର ହୋଇଥିବା ନରେନ୍ଦ୍ରକୁ ଆଂଟି ସ୍ନେକ ଭେନମ, ପ୍ରେମାକୋର, ଡୋପାମାଇନ, ଟ୍ରେମାଡଲ ଆଦି ଅନ୍ୟାନ୍ୟ ସାପ କାମୁଡା ଔଷଧ ଦେଇଥିିଲେ । ତେବେ ଔଷଧ ପ୍ରଦାନର ମାତ୍ର ଘଂଟାଏରୁ ଦୁଇ ଘଂଟା ମଧ୍ୟରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ନରେନ୍ଦ୍ରକୁ ଇଂଜେକ୍ସନ୍ ଆଦି ପ୍ରଦାନ କରାଯାଉଥିବା ବେଳେ ବାପା ଜଗନ ଓ ମା ଫୁଲମତିକୁ ବାହାରେ ରହିବାକୁ କହି ୬ରୁ୭ଜଣ ନର୍ସ ନରେନ୍ଦ୍ରର ହାତଗୋଡ ଜାବୁଡି ଧରି ଚିକିତ୍ସା କରୁଥିଲେ । କିନ୍ତୁ ପିଲାଟିକୁ ଏମିତି କାହିଁକି ଜୋର ଜବରଦସ୍ତ ମାଡି ବସିଛ ବୋଲି ପଚାରିବାରୁ ମୋତେ ସିକ୍ୟିୁରିଟି ଗାର୍ଡ ମାନଙ୍କ ଦ୍ୱାରା ବାହାର କରିଦିଆ ଯାଇଥିଲା । ତେଣୁ ଡାକ୍ତର ଓ ନର୍ସମାନଙ୍କ ଅବହେଳାରୁ ହିଁ ମୋ ପୁଅର ମୃତ୍ୟୁ ହୋଇଛି ବୋଲି ବାପା ଜଗନ ଅଭିଯୋଗ କରିଥିବା ବେଳେ ଚିକିତ୍ସାଳୟରେ ସାପ କାମୁଡା ପାଇଁ ଔଷଧ ମହଜୁଦ ରହିଥିଲେ ମଧ୍ୟ ମୋତେ ଡାକ୍ତର ବାହାରୁ କିଣି ଆଣିବା ପାଇଁ କହିଥିଲେ । ମୁଁ ଯାଇ ଇଂଜେକ୍ସନ ଆଣିବା ପରେ ନର୍ସମାନେ ଆସି ଡାକ୍ତର ଡାକିଛନ୍ତି ବୋଲି କହିବା ପରେ ମୁଁ ଡାକ୍ତରଙ୍କୁ ଦେଖା କରିବାରୁ ତୁମ ପୁଅକୁ ଆମେ ବଂଚାଇ ପାରିଲୁନି ବୋଲି ସଫେଇ ଦେଇ ଚାଲିଗଲେ ବୋଲି ମଧ୍ୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଯାହାକୁ ନେଇ କିଛି ସମୟ ଧରି ଚିକିତ୍ସାଳୟରେ ବାପା ଜଗନ ଚିକିତ୍ସା ଅବହେଳାକୁ ନେଇ ତୀବ୍ର ବିରୋଧ କରି ହୋହାଲ୍ଳା କରିଥିଲେ ଏବଂ ନିଜ ପୁଅର ମୃତ ଦେହକୁ କାନ୍ଧରେ ପକାଇ ମା ଫୁଲମତି ସହ ଦୁହେଁ ନିଜ ଘରକୁ ଚାଲି ଆସୁଥିବା ବେଳେ ରାୟଗଡ ଥାନା ଏସଆଇ ରିଗାନ କିଣ୍ଡୋ ଘଟଣା ସଂପର୍କରେ ଖବର ପାଇ ପଂହଚିଥିଲେ । ସେଠାରେ ସମସ୍ତ ବିଷୟରେ ଅବଗତ ପରେ ଏକ ଲିଖିତ ଅଭିଯୋଗ ଗ୍ରହଣ କରିଥିବା ବେଳେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଅପରପକ୍ଷେ ଏ ନେଇ ଭାରପ୍ରାପ୍ତ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶକ୍ତିବ୍ରତ ମହାନ୍ତିଙ୍କୁ ପଚାରିବାରୁ ସେ ସମସ୍ତ ରିପୋର୍ଟକୁ ଅନୁଧ୍ୟାନ କରିଛନ୍ତି । ଡାକ୍ତରଖାନାକୁ ପିଲାଟିକୁ ଆଣିବା ପରେ ସମସ୍ତ ଔଷଧ ଠିକ୍ ସମୟରେ ଦିଆଯାଇଥିଲେ ମଧ୍ୟ ପିଲାଟିର ଦେହରେ ବିଷ ଚଢିଯାଇଥିବାରୁ ତାର ମୃତ୍ୟୁ ହୋଇଥାଇପାରେ ବୋଲି କହିଥିବା ବେଳେ ପରିବାର ପକ୍ଷରୁ ଏ ନେଇ ଏକ ଲିଖିତ ଅଭିଯୋଗ କରାଯାଇଛି । ତାହା ଉପରେ ନିଶ୍ଚିତ ଭାବେ ତଦନ୍ତ କରାଯିବ ବୋଲି କହିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.