ଯୁଗଯାତ୍ରୀ ସାହିତ୍ୟ ସଂସଦର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ

ପଦ୍ମଲୋଚନ ମିଶ୍ର ସଭାପତି, ହେମନ୍ତ ସାହୁ ସମ୍ପାଦକ

କଳାହାଣ୍ଡି,୨୯/୮ : କଳାହାଣ୍ଡି ଜିଲ୍ଲାର ସର୍ବପୁରାତନ ସାହିତ୍ୟ ସଂସଦ ‘ଯୁଗଯାତ୍ରୀ ସାହିତ୍ୟ ସଂସଦ’ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହେଇଯାଇଛି । ସଂପାଦକ ପରମାନନ୍ଦ ବିଶି ପ୍ରଥମେ ମେହେର ଜୟନ୍ତୀର ଆୟବ୍ୟୟ ଉପସ୍ଥାପନ କରିବା ପରେ ନୂଆଖାଇ ଭେଟଘାଟ ସଂପର୍କରେ ଆଲୋଚନା କରାଯାଇଥିଲା । ଏହାପରେ ସଭାପତି ପୁରୁଣା କମିଟିକୁ ଭଙ୍ଗ ଘୋଷଣା କରିବା ପରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ସର୍ବ ସମ୍ମତିକ୍ରମେ ସଭାପତି ଭାବେ ପଦ୍ମ ଲୋଚନ ମିଶ୍ର, ଉପସଭାପତି ସୁରେନ୍ଦ୍ର ମହାଖୁଡ଼, ସଂପାଦକ ହେମନ୍ତ ସାହୁ, ସହସଂପାଦକ ପବନ କୁମାର ମହାଲିକ, ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ମିଶ୍ର, କୋଷାଧ୍ୟକ୍ଷ ଉଦୟ ନାଏକ ନିର୍ବାଚିତ ହେଇଥିବାବେଳେ ପରିଚାଳନା କମିଟୀ ସଭ୍ୟ ଭାବରେ ପରମାନନ୍ଦ ଅଗ୍ରୱାଲ, ପୂର୍ଣ୍ଣଚନ୍ଦ୍ର ସାହୁ, ପରମାନନ୍ଦ ବିଶି, ମାନସ ରଞ୍ଜନ ପ୍ରହରାଜ, ସତ୍ୟଜିତ ଚାଟାର୍ଜୀ ମନୋନୀତ ହେଇଥିବା ଜଣାଯାଇଛି । ଏହି ଅବସରରେ ନବ ନିର୍ମିତ ସଂସଦ ଗୃହ ପ୍ରବେଶ ଉପରେ ମଧ୍ୟ ଆଲୋଚନା ହେଇଥିଲା ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.