ସୋନପୁର,୩/୯ : ଆଜି ହେଉଛି ନୂଆଖାଇ । ପଶ୍ଚିମ ଓଡ଼ିଶାର ଏହି ମହାନ ଗଣପର୍ବକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ସମସ୍ତଙ୍କ ମନରେ ଉତ୍ସାହର ଢେଉ । ଠିକ ସେହିପରି ନୂଆଁଖାଇରେ ଉତ୍ସବ ମୁଖର ହୋଇ ଉଠିଛି ସୁବର୍ଣ୍ଣପୁର । ଜିଲ୍ଲାବାସି ଖୁବ ଆନନ୍ଦ ସହକାରେ ପାଲନ କରୁଛନ୍ତି ଏହି ପର୍ବ । ପ୍ରଥମେ ସୁବର୍ଣ୍ଣପୁର ଇଷ୍ଚଦେବୀ ମାଁ ସୁରେଶ୍ୱରୀଙ୍କ ଠାରେ ନୂଆଁ ଲାଗିବା ପରେ ଗାଁର ଇଷ୍ଟଦେବି ଓ ଘରର ଇଷ୍ଟଦେବା ଦେବୀଙ୍କ ଠାରେ ନୂଆଁ ଲାଗି ଥାଏ ପରେ ଜିଲ୍ଲା ବାସି ବେସ ଆନନ୍ଦରେ ନୂଆଁଖାଇ ଥାନ୍ତି ।

ପଶ୍ଚିମ ଓଡିଶାର ଏଇ ଭାଇଚାରାର ଏହି ପର୍ବ ବେଶ୍ ନିଆରା । ସୁବର୍ଣ୍ଣପୁର ରେ ବି ସମସ୍ତେ ଧୁମଧାମ ପାଳନ କରୁଛନ୍ତି ନୂଆଁଖାଇ । ଜିଏ ଯେତେ ଦୁର ରେ ଥିଲେ ବି ଏକାଠି ନୂଆଁ ଖାଇବା ପାଇଁ ଲେଉଟି ଆସିଛନ୍ତି ନିଜ ଘରକୁ । ପିଠା ମଣ୍ଡା ନାନାଦି ବ୍ୟାଞ୍ଜନ ସହ ଏକାଠି ଧୁମଧାମ ରେ ପାଳନ କରୁଛନ୍ତି ନୂଆଁଖାଇ । ନୁଆଁଖାଇ ସାରିବା ପରେ ସାନ ମାନେ ବଡ ମାନଙ୍କୁ ଜୁହାର ଓ ମୁଣ୍ଡିଆ ହୋଇଥାନ୍ତି । ଏବଂ ଛୋଟ ଛୋଟ ପିଲାଙ୍କ ନାନାଦି ଖେଳ ସମସ୍ତଙ୍କ ମନକୁ ଖୁବ ମୋହିଥାଏ । ଠିକ ସେହିପରି ସନ୍ଧ୍ୟାରେ ସ୍ଥାନ ସ୍ଥାନ ରେ ସାଂକୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନକୁ ଖୁବ ମୋହିଥାଏ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta

 
                                        
 
 
         
 
         
 
         
 
        


