ଓଡ଼ିଶାରେ Renewable Purchase Obligations (RPO) ସମ୍ପର୍କିତ ୟୁପିଇଆରସି ନିଷ୍ପତି

ଶକ୍ତି ଆବଶ୍ୟକ କରୁଥିବା ଶିଳ୍ପ ସଂସ୍ଥାର ବିକାଶ ଅପରିହାର୍ଯ୍ୟ

ଭୁବନେଶ୍ୱର,୧୧/୯ : ଦେଶର ଆର୍ଥିକ ବିକାଶ ବିଶ୍ୱସ୍ତରରେ ଏକ ସ୍ୱତନ୍ତ ସ୍ଥାନ ହାସଲ କରିପାରିଛି । ଆର୍ଥିକ ବିକାଶ କ୍ଷେତ୍ରରେ ବିକଳ୍ପ ଶକ୍ତି ଉତ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୨୦୨୨ ସୁଦ୍ଧା ଭାରତ ୧୭୫ ଗିଗାୱାଟ୍ ବିକଳ୍ପ ଶକ୍ତି ଉତ୍ସ ଉତ୍ପାଦନ ଲକ୍ଷ୍ୟ ରଖିଛି । ତେଣୁ Renewable Purchase Obligations (RPO) ନିୟାମକ ଆଧାରରେ ସମସ୍ତ ଉପଭୋକ୍ତା ବିକଳ୍ପ ଶକ୍ତି ଉତ୍ସରୁ ଶକ୍ତି କିଣିବାର ଆବଶ୍ୟକତା ରହିଛି । ଆରପିଓ କାର୍ଯ୍ୟଧାରା ୨୦୧୦ ଠାରୁ ବିକଳ୍ପ ଶକ୍ତି ଉତ୍ସର ପ୍ରୋତ୍ସାହନ ପାଇଁ ଆରମ୍ଭ ହୋଇଛି । ତେବେ ଓଡ଼ିଶା ଭଳି ରାଜ୍ୟରେ ପ୍ରର୍ଯ୍ୟାପ୍ତ ବିକଳ୍ପ ଶକ୍ତି ଉତ୍ସ ଉପଲବ୍ଧ ହେଉନାହିଁ । ତେବେ ମଧ୍ୟ ରାଜ୍ୟରେ ଆର୍ଇ ଡ୍ରପିଂ ସର୍ବନିମ୍ନ ୨.୪୫ ଟଙ୍କା ରହିଛି । ଏହାକୁ ଗ୍ରୀଡ୍ ପାରିଟି ମଧ୍ୟ କୁହାଯାଇଥାଏ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଭିନ୍ନ ଶିଳ୍ପ ସଂସ୍ଥା ଆରପିଓ ନିୟାମକ ଗ୍ରହଣ କଲେ ପାଖାପାଖା ଲକ୍ଷାଧିକ ଲୋକଙ୍କୁ ନୂତନ ନିଯୁକ୍ତି ମିଳିପାରିବ । ଏହାଦ୍ୱାରା ୩୦,୦୦୦ରୁ ଅଧିକ ପ୍ରତ୍ୟେକ୍ଷ ନିଯୁକ୍ତି ଏବଂ ୪ ଲକ୍ଷରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ରାଜ୍ୟର ଆଲୁମିନିୟମ୍ ଶିଳ୍ପ ନିରନ୍ତର ଶକ୍ତି ଆବଶ୍ୟକ କରିଥାଏ । ତେବେ ଏକ୍ଷେତ୍ରରେ ସୌର ଶକ୍ତି ଏବଂ ପବନ ଶକ୍ତି ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଏହା ସ୍ଥାନୀୟ ପାଣିପାଗ ସ୍ଥିତି ଊପରେ ନିର୍ଭର କରିଥାଏ । ରାଜ୍ୟର ଭାରି ଶିଳ୍ପ ସଂସ୍ଥା ଗୁଡ଼ିକ ଆରଇ ପେପର ସାର୍ଟିଫିକେଟ୍ କିଣିବା ଦ୍ୱାରା ଶକ୍ତି ଖର୍ଚ୍ଚ ୧୦-୧୫% ବୃଦ୍ଧି ପାଇବା ସହିତ ଉତ୍ପାଦନ ଖର୍ଚ୍ଚର୍ ଟନ୍ ପିଛା ୬୦ ଡଲାରରୁ ଟନ୍ ପିଛା ୧୦୦ଡଲାର ବୃଦ୍ଧି ପାଇବ । ଓଡ଼ିଶା ରାଜ୍ୟ ଇଲେକ୍ଟ୍ରିକ୍ ନିୟାମକ କମିଶନ ଗତ ୩ ବର୍ଷ ଧରି ବାର୍ଷିକ ବିକଳ୍ପ ଶକ୍ତି ଉତ୍ସ ଅବ୍ଲିଗେସନ ୧.୫%ରୁ ୩%କୁ ବୃଦ୍ଧି କରିଛନ୍ତି । ଅଧିକ ଶକ୍ତି ବ୍ୟୟ ହେଉଥିବା ଶିଳ୍ପ କ୍ଷେତ୍ରରେ ଏହା ୧୧% ରହିଛି । ୨୧-୨୨ ଆର୍ଥିକ ବର୍ଷରେ ଏହା ୨୧%କୁ ବୃଦ୍ଧି ହେବାର ଆଶା ରହିଛି ।

Udyog Nursery
Udyogi Nursery

ତେବେ ଓଡ଼ିଶାରେ ରାଜସ୍ଥାନ, ତାମିଲନାଡୁ, କର୍ଣ୍ଣାଟକ ଆଦି ରାଜ୍ୟ ଭଳି ବିକଳ୍ପ ଶକ୍ତି ଉତ୍ସର ବିକାଶ ପାଇଁ ସୁଯୋଗ ନାହିଁ । ବିକଳ୍ପ ଶକ୍ତି ଉତ୍ସ କ୍ଷେତ୍ରରେ ରାଜ୍ୟ ୪୦ ଜିଗାୱାଟ୍ ପଛରେ ରହିଛି । ତେବେ ରାଜ୍ୟ କ୍ଷମତା ୮୦ ଜିଗାୱାଟ୍ ରହିଛି । ୭୫ ଜିଗାୱାଟ୍ ପାଇଁ କାର୍ଯ୍ୟାରମ୍ଭ ହୋଇଛି । ତେବେ ୫ ଜିଗାୱାଟ୍ ର ଆବଶ୍ୟକତା ରହିଛି । ଆରଇସି ମୂଲ୍ୟ ସୌରଶକ୍ତି କ୍ଷେତ୍ରରେ ଏହା ୨ ଟଙ୍କାକୁ ବୃଦ୍ଧି ହୋଇ ଥିବାବେଳେ ଅଣ-ସୌରଶକ୍ତି ଉତ୍ସ କ୍ଷେତ୍ରରେ ୧ଟଙ୍କାରୁ ୧.୬ ଟଙ୍କା ବୃଦ୍ଧି ହୋଇଛିି । ନୀତି ଆୟୋଗ ପକ୍ଷରୁ ନିର୍ମାଣ ଶିଳ୍ପ ଉପରେ ଆରପିଓ ଯୋଗୁଁ ଚାପ ବୃଦ୍ଧି ପାଇଛି । ୨୦୧୯ ଫେବୃୟାରୀରେ ସରକାର ଆରପିଓ ଚାପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଇତି ମଧ୍ୟରେ ଉତରପ୍ରଦେଶ ଇଲେକ୍ଟ୍ରିକ୍ ରେଗୁଲେଟାରୀ କମିଶନ (ୟୁପିଇଆରସି) ଭଳି କେତେକ ରାଜ୍ୟ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ୨୦୧୦-୧୧ଠାରୁ ସିପିପିଏସ୍ ପାଇଁ ଆରପିଓ ଧାର୍ଯ୍ୟ କରାଯାଇଛି । ଏପରିସ୍ଥଳେ ଓଡ଼ିଶା ଇଲେକ୍ଟ୍ରିକ ରେଗୁଲେଟର ସ୍ଥିତିର ବିିକାଶ ପାଇଁ କାର୍ଯ୍ୟ କରୁଥିବା ଶିଳ୍ପ ଲାଗି କେତେକ ଉପଯୋଗୀ ପଦକ୍ଷେପ ଗ୍ରହଣ କଲେ ରାଜ୍ୟର ଆର୍ଥିକ ବିକାଶ ଧାରା ସହଜ ହୋଇପାରିବ ।

ଭୁବନେଶ୍ବରରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News  & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.